Drugs Case: NCB ସମନର ଉତ୍ତର ରଖିଲେ କରଣ ଜୋହର, ଜମା କଲେ ଚିଠି

ମୁମ୍ବାଇ: ବଲିଉଡ ଡ୍ରଗ୍ସ ମାମଲାରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ଗୁରୁବାର ସମନ ପଠାଇଛି ଏନସିବି । ୨୦୧୯ ମସିହାରେ କରଣଙ୍କ ଘରେ ହୋଇଥିବା ପାର୍ଟିର ଡିଟେଲ୍ସ ଜାଣିବା ପାଇଁ ଏନସିବି ଏହି ସମନ ପଠାଇଛି । ପାର୍ଟିରେ ବଲିଉଡର ଅନେକ ବଡ଼ ବଡ଼ ସେଲିବ୍ରିଟି ସାମିଲ ଥିଲେ । ବର୍ତ୍ତମାନ କରଣ ଜୋହର ଏହି ସମନର ଉତ୍ତର ରଖିଛନ୍ତି ।

ସୂଚନା ଅନୁଯାୟୀ କରଣ ଜୋହର ସମନର ଉତ୍ତର ନିଜ ଓକିଲ ଏବଂ ଷ୍ଟାଫ ସାହାଯ୍ୟରେ ଏକ ଚିଠି ଏବଂ ପେନଡ୍ରାଇଭ ଜମା କରିଛନ୍ତି । ଏହାପରେ ଏନସିବି କଣ ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା । ସୂଚନା ଅନୁଯାୟୀ ୨୦୧୯ ମସିହାରେ କରଣଙ୍କ ଘରେ ଏକ ପାର୍ଟି ହୋଇଥିଲା, ଯେଉଁଠି ଡ୍ରଗ୍ସ ସେବନ ହେଉଥିବା ଅଭିଯୋଗ ହୋଇଥିଲା । ଏହି ପାର୍ଟିର ଭିଡିଓ ଖୋଦ କରଣ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ ।

ଏହି ପାର୍ଟିକୁ ନେଇ ଅନେକ ପ୍ରଶ୍ନ ରହିଛି ଯେମିତିକି ପାର୍ଟିରେ କିଏ କିଏ ସାମିଲ ଥିଲେ, କେଉଁ କ୍ୟାମେରାରେ ସେହି ଭିଡିଓ ସୁଟ କରାଯାଇଥିଲା, ପାର୍ଟିରେ ଆସିବା ପାଇଁ କିଛି ନିମନ୍ତ୍ରଣ କାର୍ଡ ପଠାଯାଇଥିଲା କି ? ଏହି ସମସ୍ତ ପ୍ରଶ୍ନର ଉତ୍ତର କରଣଙ୍କୁ ଏନସିବି ନିକଟରେ ଜମା କରିବାକୁ ପଡ଼ିବ । ଏନସିବିର ସୂଚନା ଅନୁଯାୟୀ କରଣ କୌଣସି ମାମଲାରେ ସନ୍ଦିଗ୍ଧ ନୁହନ୍ତି କିନ୍ତୁ ଡ୍ରଗ୍ସ କେସକୁ ନେଇ ତାଙ୍କ ପାଖରୁ କିଛି ସୂଚନା ହାସଲ କରାଯିବ ।

Leave a Reply