ସ୍ତ୍ରୀର ଆଉଥରେ ବାହାଘର ପାଇଁ ଚାଲିଥିଲା ମେହେନ୍ଦି କାର୍ଯ୍ୟକ୍ରମ, ପହଞ୍ଚିଗଲେ ପ୍ରଥମ ସ୍ୱାମୀ

1 min read

ଅନୁଗୁଳ : ସ୍ତ୍ରୀର ଦ୍ୱିତୀୟ ବିବାହକୁ ସ୍ୱାମୀର ବିରୋଧ । ମେହେନ୍ଦି କାର୍ଯ୍ୟକ୍ରମରେ ପହଞ୍ଚି ବିରୋଧ କଲେ ପ୍ରଥମ ବିବାହ କରିଥିବା ସ୍ୱାମୀ। ଭୁବନେଶ୍ୱର ନୟାପଲ୍ଲୀରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ୧୧ ବର୍ଷର ପ୍ରେମ, ୭ ବର୍ଷର କୋର୍ଟ ମ୍ୟାରେଜ ଓ ୩ ମାସର ବିବାଦୀୟ କାହାଣୀ ଏବେ ରାଜଧାନୀରେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛି ।

 

ଅନୁଗୁଳର ରାକେଶ କୁମାର ବାରିକ, ଭୁବନେଶ୍ୱର ନୟାପଲ୍ଲୀର ଜଣେ ଯୁବତୀଙ୍କୁ ୨୦୧୩ ମେ’ ୧୭ ତାରିଖରେ କୋର୍ଟରେ ବିବାହ କରିଥିଲେ । ଉଭୟ ଯୁବକ-ଯୁବତୀ ରାଜ୍ୟ ବାହାରେ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରୁଥିଲେ। ଗତ ୩ ମାସ ହେଲା ଉଭୟଙ୍କ ମଧ୍ୟରେ କୈାଣସି କାରଣରୁ ବିବାଦ ଦେଖା ଦେଇଥିଲା। ପରବର୍ତ୍ତି ସମୟରେ ଉଭୟଙ୍କ ମଧ୍ୟରେ କୈାଣସି ପ୍ରକାର ଯୋଗାଯୋଗ ନଥିବା ଯୁବକ ଜଣଙ୍କ କହିଛନ୍ତି ।

ତେବେ ଯୁବତୀଙ୍କର ଦ୍ୱିତୀୟ ବିବାହ ହେଉଥିବା ଜାଣିବା ପରେ ଏହାକୁ ରାକେଶ ଓ ତାଙ୍କ ପରିବାର ବିରୋଧ କରିଥିଲେ । ଏପରିକି କୋର୍ଟରେ ମ୍ୟାରେଜ ସାର୍ଟିଫିକେଟ ଦାଖଲ କରିବା ପରେ କୋର୍ଟ ଯୁବତୀଙ୍କ ଘରକୁ ନୋଟିସ କରିଛନ୍ତି । ନୋଟିସର କୈାଣସି ଉତ୍ତର ଦେଇ ନଥିବା କଥା ରାକେଶ ମଧ୍ୟ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାକେଶ ଜୋରଜବରଦସ୍ତ କୋର୍ଟରେ ବିବାହ କରିଛନ୍ତି ଓ ଝିଅ ସେ ବିବାହରେ ରାଜି ନଥିବା ଯୁବତୀଙ୍କ ବାପା କହିଛନ୍ତି ।

ଏବେ ଏ ଘଟଣା କେବଳ ଭୁବନେଶ୍ୱର ନୁହେଁ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ରାକେଶ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଫେରିପାଇବେ କି ନାହିଁ ତାକୁ ନେଇ ସବୁଠି ପ୍ରଶ୍ନ । ଯଦି ସଂପୃକ୍ତ ଯୁବତୀ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ସେ ରାକେଶଙ୍କ ଠାକୁ ଆଇନଗତ ଭାବେ ଛାଡ଼ପତ୍ର ନେଇଛନ୍ତି କି ନାହିଁ । ତେବେ ମେହେନ୍ଦି କାର୍ଯ୍ୟକ୍ରମରେ ପହଞ୍ଚିଥିବା ସ୍ୱାମୀଙ୍କୁ ଶ୍ୱଶୁରଘର ଲୋକେ କିଭଳି ଖାତିରଦାରି କରିବେ ତାହା ହି ସନ୍ଦେହ ଘେରରେ ।

 

Leave a Reply