ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା… ସୁନ୍ଦରଗଡ଼ ପୋକ୍ସୋ କୋର୍ଟରେ ହାଜର ହେବେ ବହିଷ୍କୃତ ଆଇଆଇସି

1 min read
dismissed Birmitrapur IIC to be produced in court

ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ଆଜି ପୁଣି ଆଇଆଇସିଙ୍କୁ କୋର୍ଟରେ ହାଜର କରାଯିବ । ୪ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ପଚରାଉଚରା କରୁଥିଲା । ବହିଷ୍କୃତ ଆଇଆଇସିଙ୍କ ୪ଦିନିଆ ରିମାଣ୍ଡ ଅବଧି ସରିଲା । ଆଜି ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୁନ୍ଦରଗଡ଼ ପୋକ୍‌ସୋ କୋର୍ଟରେ ହାଜର କରାଯିବ ।

ନାବାଳିକାକୁ ବିଭିନ୍ନ ସମୟରେ ଦୁଷ୍କର୍ମ କରୁଥିଲେ, ଗର୍ଭବତୀ ହେବା ଜାଣି ଗର୍ଭପାତ କରାଇଲେ ଥାନାବାବୁ !

ଗତ ୧ ତାରିଖରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବା ପରେ ୨ ତାରିଖ ସଂଧ୍ୟାରେ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା । ଗତ ୩ ତାରିଖଠାରୁ ୪ଦିନ ଧରି ତାଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି । ସେପଟେ ଅନ୍ୟ ୪ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ।

https://nandighoshatv.com/biramitrapur-iic-dismissed-by-odisha-dgp/

ଅନ୍ୟ ଜଣେ ପୋଲିସ କର୍ମଚାରୀ, ୨ ଯୁବକ ଓ ନାବାଳିକାଙ୍କ ସାବତ ବାପା ବିଭିନ୍ନ ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ସେ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଗତମାସ ୨୩ ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଏବଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତମାସ ୧୪ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକାଙ୍କୁ ତରବରିଆ ଭାବେ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଯାଇଥିବା ଅଭିଯୋଗ ହୋଇଥିଲା ।

Leave a Reply