‘ମଲଙ୍ଗ୍’ ଜରିଆରେ ଆଦିତ୍ୟ ଓ ଦିଶାଙ୍କ ଦମଦାର୍ ଏଣ୍ଟ୍ରି

1 min read

ମୁମ୍ବାଇ : ନିକଟରେ ‘ମଲଙ୍ଗ୍’ ଫିଲ୍ମ ଜରିଆରେ ଦିଶା ପଟାନି ଓ ଆଦିତ୍ୟ ରୟ୍ କପୁରଙ୍କ ଜଲୱା ଦେଖିବାକୁ ମିଳିବ । ଆଦିତ୍ୟ ରୟ୍ କପୁର୍ ଙ୍କ ଜନ୍ମଦିନ ଅବସରରେ  ।ଶନିବାର ଏହାର ପ୍ରଥମ ଝଲକ୍ ଦେଖିବାକୁ ମିଳିଛି । ଏଥିରେ ଦିଶାଙ୍କ କୁଲ୍ ଅବତାର ଦର୍ଶକଙ୍କୁ ଆକୃଷ୍ଟ କରୁଛି ।

ମୋହିତ୍ ସୁରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଟି ଆସନ୍ତା ବର୍ଷ ରିଲିଜ୍ ହେବାର ଯୋଜନା ରହିଛି । ଏଥିରେ କୁନାଲ୍ ଖେମୁ ଓ ଅନିଲ୍ କପୁରଙ୍କ ଭଳି ଷ୍ଟାର୍ କଳାକାର ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମର କାହାଣୀ ରୋମାଣ୍ଟିନ୍ସ ଏବଂ ହରୋର୍ ସିନରେ ଭରପୁର ।

Image result for aditya roy kapur

ପ୍ରଥମ ପୋଷ୍ଟରରେ ଆଦିତ୍ୟ ଓ ଦିଶା ଏକ ବିଚ୍ ପଖରେ ଦୁହେଁ ଦୁହିଁଙ୍କ ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଆଦିତ୍ୟ ସାର୍ଟ ଲେସ୍ ଥାଇ , ସାର୍ଟ ଟିକୁ ଅଣ୍ଟାରେ ବାନ୍ଧି , ଏକ ଗାଡ୍ ସବୁଜ ରଙ୍ଗର ଟ୍ରାଉଜର ପିନ୍ଧିଥିବା ଦେଖିବାକୁ ମିଳିଲା ବେଳେ ଦିଶା ଏକ ଧଳା ଟପ୍ ଓ ନୀଳ ସ୍କର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

Image result for disha patani

ଏହି ଫିଲ୍ମର ସୁଟିଂ ଚାଲିଥିବା ବେଳେ ଦିଶା ଗଭୀର ଭାବେ ଆହତ ହୋଇଥିବା ଘଟଣା ଓ ଚିକିତ୍ସିତ ହେଉଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା  । ତେବେ ମଲଙ୍ଗ୍ ଫିଲ୍ମ ଟି ୨୦୨୦ ଭାଲେନଟାଇନ୍ ଡେ’ ରେ ରିଲିଜ୍ ହେବାକୁ ଯୋଜନା ରଖିଛି । ')}

Leave a Reply