ଲୋକଙ୍କ ଆଖିରେ ହିରୋ ପାଲଟିଲେ ସିପାହୀ, ଗୁଳି ଚଳାଉଥିବା ଯୁବକଙ୍କ ଉପରକୁ ଡ଼େଇଁ ଛଡ଼ାଇଲେ ବନ୍ଧୁକ

ଭୁବନ: ରାତିରେ ବସ୍‌ ଚାଲିଥିଲା ତାର ଗନ୍ତବ୍ୟ ସ୍ଥଳ ଆଡ଼କୁ । ଠିକ୍‌ ସେହି ସମୟରେ କିଛି ଦୁର୍ବୃତ୍ତ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ । ଆଉ ତାପରେ ବସ୍‌ ଭିତରେ ଥିବା ଯାତ୍ରୀ ଭୟରେ ଚିତ୍କାର କରି ଉଠିଥିଲେ । ସେହି ସମୟରେ ଫିଲ୍ମ ଷ୍ଟାଇଲ୍‌ରେ ଲୋକଙ୍କ ଜୀବନ ବଞ୍ଚାଇଲେ ଜଣେ ପୋଲିସ କର୍ମଚାରୀ  । ଗୁଳି ଚଲାଉଥିବା ଦୁର୍ବୃତ୍ତ ମାନଙ୍କ ଉପରେ ବିନା ଭୟରେ ଝାମ୍ପ ମାରିଥିଲେ । ସେମାନଙ୍କ ହାତରୁ ବନ୍ଧୁକ ଛଡ଼ାଇ ଅଟକ ରଖିଥିଲେ ସିପାହୀ ଜଣକ ।  ଆଉ ସେଥିପାଇଁ ସିପାହୀ ଏବେ ଲୋକଙ୍କ ଆଖିରେ ହିରୋ ପାଲଟି ଯାଇଛନ୍ତି ।

ଘଟଣାଟି ଠିକ୍‌ ଫିଲ୍ମ ଷ୍ଟାଇଲ୍‌ରେ ଘଟିଛି । ବସ୍‌ ଉପରକୁ ଫାଇରିଂ ବେଳେ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ସିପାହୀ ହିମାଂଶୁ ଶେଖର ପାତ୍ରଙ୍କୁ ପ୍ରଶଂସା କରିଛନ୍ତି ଆଇପିଏସ୍ ଅମିତାଭ୍ ଠାକୁର୍ । ଦୁବୃର୍ତ୍ତମାନେ ଫାଇରିଂ କରୁଥିବା ବେଳେ ସେମାନଙ୍କଠାରୁ ବନ୍ଧୁକ ଛଡ଼ାଇବା ନିଶ୍ଚିତ ଭାବେ ସହସିକତାର କାମ ବୋଲି ଅମିତାଭ୍ ଟୁଇଟ୍ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏଭଳି ଏକ ଘଟଣା ଘଟିଥିଲା । ବାଜିରାଉତ ସେତୁ ନିକଟ ଛକରେ ଏକ ବସ୍‌ ଉପରକୁ ବାଇକ୍‌ରେ ଯାଉଥିବା ଜଣେ ଯୁବତୀ ଓ ଯୁବକ ଗୁଳି ଚଳାଇଥିଲେ । ସେହି ବସ୍‌ରେ ସିପାହୀ ହିମାଂଶୁ ଯାତ୍ରା କରୁଥିଲେ । ରାସ୍ତାରେ ବସ୍ ଉପରକୁ ଫାଇରିଂ ହେବାରୁ ସେ ଗାଡ଼ିରୁ ଓହ୍ଲାଇ ଆସି ଦୁର୍ବୃତ୍ତଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ । ଏହାପରେ ଦୁବୃର୍ତ୍ତମାନେ ଘଟଣାସ୍ଥଳକୁ ଫେରାର ହୋଇଯାଇଥିଲେ ।

Leave a Reply