କୋଭିଡ୍ ଟିକାକରଣ ପରେ ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ

1 min read
India Records 4.2 Crore Vaccinations Against Covid-19 Ministry Of Health

ନୂଆଦିଲ୍ଲୀ: କୋଭିଡ୍ ଟିକା ନେବା ପରେ ଏଯାବତ୍ ଦେଶରେ ୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି । ତେବେ, ଏଥିରୁ କୌଣସି ଗୋଟିଏ ବି ମୃତ୍ୟୁ କୋଭିଡ୍ ଟିକା ଜନିତ ନୁହେଁ । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ହରିୟାଣା ଗୁରୁଗ୍ରାମର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଶବବ୍ୟବଚ୍ଛେଦରୁ ଜଣାପଡ଼ିଛି ତାଙ୍କ ମୃତ୍ୟୁର କାରଣ ଶ୍ୱାସରୋଗ । ମୃତ୍ୟୁ କୋଭିଡ୍ ଟିକା କାରଣରୁ ହୋଇନାହିଁ । ଟିକାକରଣ ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାହାରି ବି ମୃତ୍ୟୁ ଟିକା ପାଇଁ ହୋଇନଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନି କହିଛନ୍ତି ।

Deaths Of 6 Beneficiaries Not Linked To Covid-19 Vaccination Health Ministry

ଟିକାକରଣ ପରେ ୧୧ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୋଟ ଟିକାକରଣ ୦.୦୦୦୭ ପ୍ରତିଶତଙ୍କୁ ଗତ ୨୪ ଘଣ୍ଟାରେ ମେଡିକାଲ ଚିକିତ୍ସା ଦିଆଯାଇଛି । କୋଭିଡ୍ ଟିକାକରଣର ଅଷ୍ଟମ ଦିନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଟିକା ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୧୫ ଲକ୍ଷ ୩୭ ହଜାର ୧୯୦ ଜଣଙ୍କୁ ୨୭ ହଜାର ୭୭୬ଟି ସେସନରେ କୋଭିଡ୍ ଟିକା ଦିଆଯାଇଛି । ସେହିଭଳି ଆଜି ଓଡ଼ିଶାରେ ୨୨ ହଜାର ୩୬୪ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ଜଣାପଡ଼ିଛି ।

Leave a Reply