ଭାରତର ପ୍ରଥମ କୋଭିଡ୍-୧୯ ଟିକାକୁ ମାନବ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ସବୁଜ ସଂକେତ

1 min read

ହାଇଦ୍ରାବାଦ: ଦେଶର ପ୍ରଥମ ସମ୍ଭାବ୍ୟ କୋଭିଡ୍-୧୯ ଟିକାକୁ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପ୍ରଥମ ଓ ଦ୍ୱିତୀୟ ମାନବୀୟ ଟ୍ରାଏଲ ପାଇଁ ସବୁଜ ସଂକେତ ଦେଇଛି । ଜୁଲାଇରୁ ଦେଶ ବ୍ୟାପି ଏହାର ଟ୍ରାଏଲ ଆରମ୍ଭ ହେବ । ଏହି  ଟିକାର ନାମ କୋଭାକ୍ସିନ୍ ରଖାଯାଇଛି ।

Covid-19 vaccine by Bharat Biotech first to get human trials nod ...

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସହ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛି । ଏହା ସାରସ-କୋଭ୍-୨ ଭାଇରସର ଷ୍ଟ୍ରେନରୁ ପ୍ରସ୍ତୁତ ଏକ ନିଷ୍କ୍ରିୟ ଭ୍ୟାକ୍ସିନ୍ ଅଟେ । ପ୍ରାଥମିକ ପର୍ଯ୍ୟାୟରେ ଏହି ଭ୍ୟାକ୍ସିନ୍ ଭଲ ଫଳାଫଳ ଦେଖାଇଛି ।

ଅନ୍ୟପକ୍ଷରେ ବିଶ୍ୱସ୍ତରରେ ଆଷ୍ଟ୍ରାଜେନକାର ଭ୍ୟାକ୍ସିନ ଓ ମୋଡେର୍ଣ୍ଣା ଭ୍ୟାକ୍ସିନ ପ୍ରଥମେ କରୋନା ଟିକା ବଜାରକୁ ଆଣିବେ ବୋଲି ଆଶା କରାଯାଉଛି । ମୋଡେର୍ଣ୍ଣା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜୁଲାଇ ମଧ୍ୟଭାଗରୁ ଆରମ୍ଭ ହେବ । ଏଣେ  ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି ଆଷ୍ଟ୍ରାଜେନକା ପ୍ରସ୍ତୁତ କରୁଥିବା ଟିକାର ବ୍ୟାପକସ୍ତରରେ ମାନବୀୟ ପରୀକ୍ଷଣ ଆରମ୍ଭ ହୋଇ ସାରିଛି । ସେପଟେ ଚୀନ୍ ମଧ୍ୟ କ୍ୟାନସିନୋ ବାୟୋଲଜିକ୍ସ ସହ ମିଶି ପ୍ରସ୍ତୁତ କରୁଥିବା ଟିକା ମଧ୍ୟ ଭଳ ଫଳାଫଳ ଦେଖାଉଛି ।

 

 

Leave a Reply