ସପନାଙ୍କ ସ୍ୱପ୍ନରୁ ଆସିଲେ ଏହି ରାଜକୁମାର…ଖୁବ ଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଭୋଜପୁରୀ ଗାୟିକା ତଥା ଅଭିନେତ୍ରୀ ସପନା ଚୌଧୁରୀ ନିଜ ଡ୍ୟାନ୍ସିଂ ଜଲୱା ପାଇଁ ପରିଚିତ। ହରିଆଣାରୁ ଆରମ୍ଭ କରି ୟୁପି, ବିହାର ଯାଏଁ ତାଙ୍କ ଦେଶୀ ଷ୍ଟାଇଲ ସବୁବେଳେ ଚର୍ଚ୍ଚାରେ ରହେ। ସେ ନିଜ ଦେଶୀ ଷ୍ଟାଇଲ ପାଇଁ ବହୁତ ଫେମସ୍ । ଏବେ ସେ ପରଦାର ଜଣେ ଜଣା ଶୁଣା ପ୍ରତିଭା । ସ୍କ୍ରିନ୍ ହିଟ୍ କରିବା ପରେ ମଧ୍ୟ ସେ ଆଜି ବି ଡ୍ୟାନ୍ସ ଶୋ’ରେ ନଜର ଆସୁଛନ୍ତି।

ରିଆଲିଟି ଶୋ ଓ ଛୋଟ ପରଦାରେ ଅଭିନୟ କରି ସେ ଅନୋକ ଲୋକପ୍ରିୟତା ହାସଲ କରିଛନ୍ତି। ସାଲୱାର ସୁଟ୍‌ରେ ଡ୍ୟାନ୍ସ କରୁଥିବା ସପନାଙ୍କ ଦେଶୀ ଷ୍ଟାଇଲକୁ ଦର୍ଶକ ଖୁବ ପସନ୍ଦ କରନ୍ତି। ସପନାଙ୍କ ହଟ୍ ଡ୍ୟାନ୍ସ ଲୋକଙ୍କ ମଧ୍ୟରେ ନିଆଁ ମଧ୍ୟ ଲଗାଏ । ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରି ଆଜି ଟପ୍ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସପନା । ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ସପନାଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଥାଏ ।

ସପନା ଚୌଧୁରୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି । ସୂଚନାଯୋଗ୍ୟ ଯେ, ସପନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ହରିୟାଣା ଫିଲ୍ମ ତାରକା ଭୀର ସାହୁଙ୍କୁ ବିବାହ କରିବାକୁ ଯାଉଛନ୍ତି ଡ୍ୟାନ୍ସିଂ କୁଇନ୍ ସପନା । କିନ୍ତୁ ସପନା ନିଜେ ଏହି ବିଷୟରେ  ଏଯାଏଁ କୌଣସି ଘୋଷଣା କରି ନାହାଁନ୍ତି। ଆଗାମୀ କିଛି ମାସ ମଧ୍ୟରେ ଉଭୟଙ୍କ ବିବାହ ତାରିଖ ଘୋଷଣା କରାଯିବ। ଉଭୟଙ୍କର ଗୁପ୍ତ ନିର୍ବନ୍ଧ ହେବାର ସୂଚନା ମିଳିଛି ।

ସପନା ଓ ଭୀରଙ୍କ ରିଲେସନଶିପ ନେଇ ଦୀର୍ଘ ଦିନ ଧରି ଆଲୋଚନା ହେଉଛି । ଦୁହେଁ ପରସ୍ପରଙ୍କୁ ଡେଟ୍ କରିବା ପରେ ରିଲେସନଶିପରେ ଆସିଥିଲେ । ରିପୋର୍ଟ ଅନୁସାରେ ଭୀର ସାହୁ ଅଭିନେତା ହେବା ସହ ଜଣେ ଗାୟକ ମଧ୍ୟ ଏବଂ ସେ ଅନେକ ଗୀତ ଗାଇଛନ୍ତି। ଭୀର ସାହୁ ହରିୟାଣାରେ ବାବୁ ମନ୍ଙ୍କ ନାଁରେ ଫେମସ୍ । ୨୦୧୬ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଥୁଡି ବାଡି’ରେ ଅଭିନୟ କରି ଭୀର ଡେବ୍ୟୁ କରିଥିଲେ । ଏହା ପରେ ‘ଗାନ୍ଧୀ ଫିର ଆ ଗୟା’, ‘ରସୁକ୍ ଆଲା ଜାଟ୍’ ଏବଂ ‘ଖଳନାୟକ’ ଭଳି ଚଳଚ୍ଚିତ୍ର ମୁକ୍ତିଲାଭ ହୋଇଥିଲା ଯାହା ହିଟ୍ ହୋଇନଥିଲା ।

Leave a Reply