ଟ୍ରାଫିକ୍ ଜାମ କଲା କୁମ୍ଭୀର, ତା’ ପରେ କ’ଣ ହେଲା ଜାଣନ୍ତୁ…

କାନପୁର: କାନପୁର ଗଙ୍ଗା ବ୍ୟାରେଜ୍ ‌ଉପରେ ସେତେବେଳେ ଚହଳ ପଡ଼ିଗଲା ଯେତେବେଳେ ରାସ୍ତା ଉପରେ ଅଚାନକ ଦେଖାଦେଲା ଏକ ବିରାଟକାୟ କୁମ୍ଭୀର । ସୂଚନା ମୁତାବକ ଗତ ରବିବାରକୁ ସେଠାରେ ରାସ୍ତା ଉପରକୁ ହଠାତ୍‌ ଏକ କୁମ୍ଭୀର ଚାଲି ଆସିଲା ଏବଂ ସେହି ସ୍ଥାନରୁ ଆଉ ହଟିଲା ନାହିଁ । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାତାୟତ ଠପ୍ ‌ହୋଇଗଲା । ସେହି ରାସ୍ତା ଦେଇ ଯାଉଥିବା କିଛି ଯାତ୍ରୀ ଉକ୍ତ କୁମ୍ଭୀରର ଭିଡ଼ିଓ ସୁଟ୍‌କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ସଡ଼କ ପାର କରିବା ପରେ କୁମ୍ଭୀର ଏକ ପ୍ରାଚୀର ଉପରେ ଚଢୁଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି ।

ବାସ୍ତବରେ ପ୍ରଚୁର ବର୍ଷା ଯୋଗୁଁ ପାଣି ଉପରକୁ ଉଠି ଆସିଥିଲା । ହୁଏତ ସେଥିପାଇଁ କୁମ୍ଭୀର ଭାସି ଆସି ନଦୀ କୂଳରେ ଲାଗିଥିଲା । ଯାହାପରେ ସେ ରାସ୍ତା ଭୁଲିଯାଇ ସଡ଼କ ଉପରକୁ ଚାଲି ଆସିଥିଲା । ସକାଳେ ଭିଡ଼ିଓ ଭାଇରାଲ ହେବାମାତ୍ରେ ବନବିଭାଗ ପୋଲିସର ଏକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । କୁମ୍ଭୀରକୁ ଖୁବ ଖୋଜିବା ପରେ ତାକୁ ପାଇଲେ ନାହିଁ ।

Leave a Reply