ବଢୁଛି କଳା ପଲସର ଆତଙ୍କ; ବ୍ୟାଙ୍କ ପରିଚାଳକଙ୍କଠୁ ଲୁଟି ନେଲେ ୫ ଲକ୍ଷ ଟଙ୍କା…

କେନ୍ଦୁଝର: କେନ୍ଦୁଝରରେ କଳା ପଲସରର ଆତଙ୍କ ବଢିବାରେ ଲାଗିଛି । କଳା ପଲସରକୁ ବ୍ୟବହାର କରି ଜିଲ୍ଲାରେ ଲୁଟେରାମାନେ ଖୁଲମଖୁଲା ଲୁଟ କରିବାରେ ମାତିଛନ୍ତି । ଏହିକ୍ରମରେ ପୁଣି ଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କେନ୍ଦୁଝର ତୁରୁମୁଙ୍ଗା ବଜାରରେ ବ୍ୟାଙ୍କ ପରିଚାଳକ .ସୁରକ୍ଷାକର୍ମୀଙ୍କ ବଳୟ ମଧ୍ୟରେ ଟଙ୍କା ନେଇ ଯାଉଥିବା ବେଳେ ଲୁଟ୍ ହୋଇଛି ।

ଘଟଣା ଅନୁଯାୟୀ, ସବୁଦିନ ଭଳି ତୁରୁମୁଙ୍ଗା ସେଣ୍ଟ୍ରାଲ୍ କୋପେରେଟିଭ୍ ବ୍ୟାଙ୍କର ପରିଚାଳକ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୫ଲକ୍ଷ ଟଙ୍କା ଉଠାଇ ନିଜ ବ୍ୟାଙ୍କକୁ ନେଉଥିଲେ । ଏହି ସମୟରେ ଏକ ବ୍ଲାକ୍ ପଲସରରେ ୨ ଜଣ ଦୁର୍ବୁତ୍ତ ଆସି ଟଙ୍କା ଭର୍ତ୍ତି ବ୍ୟାଙ୍କକୁ ଝାମ୍ପି ନେଇଥିଲେ । ଏ ନେଇ କୋ ଅପରେଟିଭ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ଲୁଟ ଅଭିଯୋଗ କ୍ରମାଗତ ଭାବେ ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ସମାନ ଢଙ୍ଗରେ ବ୍ଲାକ୍ ପଲସରରେ ଲୁଟ୍ ହୋଇଥିଲା । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସାନ ଏନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରୁଥିବା ଜଣାଇଛି ।

Leave a Reply