ମମତାଙ୍କ ଉପସ୍ଥିତିରେ TMCରେ ଯୋଗଦେବେ ଏହି ଭାରତୀୟ ଖଳାଳି

1 min read

ମମତା ବାନାର୍ଜୀଙ୍କ ରାଲିରେ ସାମିଲ ହେବେ ଏହି ଭାରତୀୟ ଖଳାଳି। ମମତାଙ୍କର ଏହି ବିଶାଳ ରାଲି ପ୍ରଧାନମନ୍ତ୍ରୀଙ୍କ ରାଲିର ଯବାବ ବୋଲି ସାଧାରଣରେ ଚର୍ଚ୍ଚା ରହିଛି। ୨୪ ଫେବୃଆରୀରେ ହୁଗଲି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଲିରେ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଟିଏମସିରେ ଯୋଗଦେବେ।

ତିୱାରୀଙ୍କ ସହ କଂଗ୍ରେସ ଏବଂ ବିଜେପିର କିଛି ସଦସ୍ୟ ଏହି ରାଲିରେ ଯୋଗଦେବେ ବୋଲି ଆଶା କରାଯାଉଛି। ମମତାଙ୍କ ରାଲି ସେହି ସମାନ ସ୍ଥାନରେ ଅନୁଷ୍ଠିତ ହେବ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଫେବୃଆରୀରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଟିଏମସିର ରାଲିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିର ପ୍ରତିକ୍ରିୟା ଭାବେ ଦେଖାଯାଉଛି।

୩୫ ବର୍ଷିୟ ମନୋଜ ତିୱାରୀ ODI ଏବଂ ଟି୨୦ ଫର୍ମାଟରେ ଭାରତୀୟ କ୍ରିକେଟ୍ ଦଳକୁ ପ୍ରତିନିଧିତ୍ୱ କରିଛନ୍ତି। ସେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ, କିଙ୍ଗସ୍‌ ଏକ୍ସଏଲ୍‌ ପଞ୍ଜାବ ଏବଂ ରାଇଜିଂ ପୁଣେ ପାଇଁ ମଧ୍ୟ ଖେଳିଛନ୍ତି। ଆଉ ଏବେ ସେ ମମତାଙ୍କ ଦଳର ଭାରେ ଉଭା ହୋଇଛନ୍ତି।

ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଟିଏମସିର ଅଭିଯାନ ପରିଚାଳନା କରୁଥିବା I-PAC ସହିତ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଏକ ବୈଠକ ପରେ ତିୱାରୀ ନିଜେ ମମତା ବାନାର୍ଜୀଙ୍କୁ ଭେଟି ଏହି ଡିଲକୁ ସିଲ୍ କରିଛନ୍ତି।

Leave a Reply