ରାଜ୍ୟରେ ୧୬୧ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ, ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଭୁବନେଶ୍ୱରରୁ ବରଗଡ଼, କଟକରୁ କଳାହାଣ୍ଡି ସବୁଠି ଉତ୍ସାହର କୋଭିଡ୍ ଭ୍ୟାକ୍ସିନ୍ ନେଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧା । ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ ଲାଗି ବ୍ୟବସ୍ଥା ହୋଇଥିଲା । ପ୍ରଥମ ଦିନରେ ୧୬ ହଜାର ୩୭୭ ଜଣଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ୧୧ ହଜାର ୮୭୬ ଜଣଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।

Covid Vaccination Drive In Odisha, Out Of 11876 Side Effect Shown In One Person

ପ୍ରଥମ ଦିନର ଟିକାକରଣ ବେଳେ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦିଆଯିବ । ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଟିକାକରଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ପ୍ରଥମ ଦିନରେ ସୋନପୁରରେ ସବୁଠୁ କମ୍ ୧୦୧ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ୯୪୫ ଜଣଙ୍କୁ ଦିଆଯାଇଛି ।

Covid Vaccination Drive In Odisha, Out Of 11876 Side Effect Shown In One Person

୧୮ ବର୍ଷରୁ କମ, ଗର୍ଭବତୀ, ପ୍ରସୂତି ଓ ଅସୁସ୍ଥଙ୍କୁ ଟିକା ମନା ନେବାକୁ ମନା କରାଯାଇଛି । ୧୪ ଦିନ ଭିତରେ ଅଲଗା ଟିକା ନେଇଥିବା ରୋଗୀଙ୍କୁ ମଧ୍ୟ ଭ୍ୟାକ୍ସିନ୍ ଦିଆଯିବ ନାହିଁ । ପ୍ରତି ଟିକା କେନ୍ଦ୍ରରେ ୫ ଜଣିଆ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଭ୍ୟାକ୍ସିନ୍ ଦେଉଥିବା ବେଳେ ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଦିଆଯିବ । ବାହୁରେ ଟିକା ଦିଆଯିବ ପରେ ୩୦ ମିନିଟ୍ ଅବଜରଭେସନରେ ରଖାଯାଉଛି । ପ୍ରଥମ ଦଫାରେ ରାଜ୍ୟରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବ । ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ଟିକାକରଣ ହେବ । ପ୍ରଥମ ଡୋଜ୍ ନେବାପରେ କରୋନା ସଂକ୍ରମଣ ହେଲେ ଦ୍ୱିତୀୟ ଡୋଜ୍ ଦିଆଯିବ ନାହିଁ ।

Leave a Reply