ଜାଣିଛନ୍ତି କି କେମିତି ଶବ୍ଦ କରେ କରୋନା ଭାଇରସ୍ ? ଶୁଣନ୍ତୁ କରୋନା ସଂଗୀତ

1 min read

ନୂଆଦିଲ୍ଲୀ: ଆପଣ ଏପର୍ଯ୍ୟନ୍ତ କରୋନା ଭୂତାଣୁର ଶହ ଶହ ଚିତ୍ର ଦେଖିଥିବେ ନିଶ୍ଚୟ । ବିଭିନ୍ନ ରଙ୍ଗର ବିଭିନ୍ନ ଆକୃତି ଏବଂ ବିଭିନ୍ନ ପ୍ରକାରର ଚିତ୍ର ଆପଣ ସୋସିଆଲ ମିଡିଆ ହେଉ କି ଟେଲିଭିଜିନ ସବୁଥିରେ ଏହାର ଚିତ୍ର ତ ଦେଖିଥିବେ । ଏପରିକି ତାହାର 3D ଚିତ୍ର ମଧ୍ୟ ଆପଣମାନେ ଦେଖି୍ଛନ୍ତି । କିନ୍ତୁ ଆପଣ କରୋନା ଭାଇରସର କେମିତ ଶବ୍ଦ କରେ ତାହା ଜାଣିଛନ୍ତି କି ? ତେବେ ଜାଣି ରଖନ୍ତୁ କରୋନା ଭାଇରସରୁ ଏକ ପ୍ରକାର ଶବ୍ଦ ଉତ୍ପନ୍ନ ହୋଇଥାଏ । ବୈଜ୍ଞାନିକମାନେ କରୋନା ଭୂତାଣୁର ଗଠନରୁ ଉତ୍ପନ୍ନ ଧ୍ୱନିକୁ ସଙ୍ଗୀତରେ ପରିଣତ କରିଛନ୍ତି ।

କରୋନା ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ପ୍ରାୟ ୬୯ ହଜାର ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ସେହି ଭୂତାଣୁର ବାହ୍ୟ ଅଂଶରେ ଉପସ୍ଥିତ ଥିବା କଣ୍ଟା ଯୁକ୍ତ ପ୍ରୋଟିନରୁ ସଂଗୀତ ତିଆରି କରିବା ଏକ ଅଦ୍ଭୁତ ବିଷୟ ।

ଏହି କରୋନା ସଂଗୀତକୁ ମାସାଚ୍ୟୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (MIT)ର ବୈଜ୍ଞାନିକ ମାର୍କସ୍ ଜେ ବୁହୁଲର୍ ପ୍ରସ୍ତୁତ କରିଛନ୍ତି । ଏହି ଭାଇରସର ଯେଉଁ ସଂଗୀତ ଆପଣମାନେ ଶୁଣିବେ ତାହା ଘଣ୍ଟି, ଏବଂ ବଂଶୀ ଶବ୍ଦ ଭଳି । ଏହି ସମସ୍ତ କରୋନାର ବିଭିନ୍ନ ପ୍ରକାରର କଣ୍ଟା ଯୁକ୍ତ ପ୍ରୋଟିନର ଭିନ୍ନ ଭିନ୍ନ ରୂପକୁ ଦର୍ଶାଇଥାନ୍ତି ।

MITବୈଜ୍ଞାନିକମାନେ ସୋନିକେସନ୍ ଟେକ୍ନୋଲୋଜି ଜରିଆରେ କରୋନା ଭୂତାଣୁର ବାହ୍ୟ ସ୍ତରରେ ଉପସ୍ଥିତ ଥିବା କଣ୍ଟା ଯୁକ୍ତ ପ୍ରୋଟିନରୁ ଏହି ସଂଗୀତ ପ୍ରସ୍ତୁତ କରିଛନ୍ତି । ଏହି ସଂଗୀତ ପ୍ରାୟ ଏକ ଘଣ୍ଟା ୪୯ ମିନିଟ୍ ୪୮ ସେକେଣ୍ଡର ।

ଭାଇରସରୁ ସଂଗୀତ କିପରି ବାହାରକୁ ଆସେ ଆସନ୍ତୁ ଜାଣିବା । କରୋନା ଭୁତାଣୁର ବାହ୍ୟ କଣ୍ଟା ଯୁକ୍ତ ପ୍ରୋଟିନ୍ ସ୍ତର ଯାହା ଆପଣଙ୍କ କୋଷକୁ ବିଦ୍ଧ ବା ଫୁଟାଇଥାଏ ଏବଂ ଏହା ଆମିନୋ ଏସିଡ୍ ଦ୍ୱାରା ଗଠିତ ହୋଇଥାଏ । କିନ୍ତୁ ଯେତେବେଳେ ଆମେ ବାସ୍ତବରେ ଆମିନୋ ଏସିଡ୍ ଗଠନକୁ ଦେଖିବା, ଏହା ଏକ ହେଲିକ୍ସ ପରି ଦେଖାଯାଏ । ଯାହା ଆମର DNA ର ଆକୃତିର ଗୋଲାକୃତି ଭାବେ ରହିଥାଏ ।

ଯେତେବେଳେ ସେମାନଙ୍କ ମଧ୍ୟରେ କମ୍ପନ ହୋଇଥାଏ, ସେତେବେଳେ ସେମାନଙ୍କଠାରୁ ଏକ ଶବ୍ଦ ବାହାରିଥାଏ ।  ସେଥିପାଇଁ ବୈଜ୍ଞାନିକମାନେ କରୋନା ଭୁତାଣୁର ବାହ୍ୟ କଣ୍ଟା ଯୁକ୍ତ ପ୍ରୋଟିନରୁ ଆମିନୋ ଏସିଡ୍ର ହେଲିକାଲ୍ ଗଠନକୁ ଏକ ଭିନ୍ନ ଭିନ୍ନ ସ୍ଥାନରେ ରଖିଥିଲେ । ଯାହାଫଳରେ ଏହି ସଙ୍ଗୀତ ବାହାରିଥିଲା ।

MITର ବୈଜ୍ଞାନିକମାନେ କହିଛନ୍ତି ଯେ, ଆମିନୋ ଏସିଡର ଗଠନ କେଉଁଠାରେ ଶକ୍ତିଶାଳୀ ଏବଂ ଦୁର୍ବଳ ତାହା ସଙ୍ଗୀତର ଉପର ଏବଂ ନିମ୍ନ ସ୍ଥାନ ଗୁଡିକ ପ୍ରକାଶ କରେ । ଏବଂ କେଉଁ ସ୍ଥାନ ଭୁତାଣୁ କୋଷଗୁଡ଼ିକୁ କାବୁ କରେ ତାହା ବିଷୟରେ ଏହା ସୂଚନା ମଧ୍ୟ ଦେଇଥାଏ ।

ବୈଜ୍ଞାନିକଙ୍କ ଭାଷାରେ, ଭୁତାଣୁ ଗଠନର ଏହି ଉପାୟକୁ ମୋଲିକ୍ୟୁଲାର ମଡେଲିଂ କୁହାଯାଏ । ଏବଂ ପରେ ଆମେ ମଡେଲ ମାଧ୍ୟମରେ ଏହା ଜଣାପାରିବା କି କିପରି ଏହି ଭୁତାଣୁ ଆକ୍ରମଣକୁ ଆମେ ବନ୍ଦ କରିପାରିବା ।

ଯେତେବେଳେ ମାଲିକ୍ୟୁଲାର ମଡେଲର ସୋନିକେସନ୍ ହୁଏ ସେହି ସମୟରେ ହିଁ ଏଥିରୁ ସଂଗୀତ ବାହାରିଥାଏ । MIT ର ବୈଜ୍ଞାନିକମାନେ କରୋନା ମ୍ୟୁଜିକର ସୋନିଫାଏଡ୍ ପ୍ରୋଟିନ୍ କୁ ସେମାନଙ୍କର ବଡ଼ ଡାଟାବେସରେ ଭର୍ତ୍ତି କରିଛନ୍ତି ଯାହା ଫଳରେ ଏହି ପ୍ରୋଟିନ୍ ସହିତ ଡାଟାବେସରେ ଥିବା ଅନ୍ୟ କୌଣସି ପ୍ରୋଟିନ୍ କିପରି ପ୍ରତିକ୍ରିୟା କରେ ତାହା ଜାଣି ହେବ ।

ଡାଟାବେସରେ  ଥିବା ପ୍ରୋଟିନ୍ କରୋନାର ସୋନିକେଟ୍ ପ୍ରୋଟିନ୍ ତଥା ସଂଗୀତ ଯୁକ୍ତ ପ୍ରୋଟିନକୁ ଚାପି ଦେବ । ସେହି ପ୍ରୋଟିନରୁ ଏହି ଭୁତାଣୁ ମାରିବା କିମ୍ବା ଦମନ କରିବା ପାଇଁ ଔଷଧ ତିଆରି କରାଯାଇପାରିବ । ଏହାର ଅର୍ଥ ଭବିଷ୍ୟତରେ ସଂଗୀତ କରୋନାକୁ ଭଲ କରିବାରେ ସକ୍ଷମ ହେବ ।

ଭାଇରସର ସଂଗୀତ ପାଇଁ କେଉଁ ପ୍ରକାରର ବାଦ୍ୟଯନ୍ତ୍ର ବ୍ୟବହାର କରିବା ଏହା ସମ୍ପୂର୍ଣ୍ଣ ଭାବେ ବୈଜ୍ଞାନିକମାନଙ୍କ ଉପରେ ନିର୍ଭର କରେ । ଏହି ଭୂତାଣୁର ସଙ୍ଗୀତରେ ଜାପାନିଜ ସଙ୍ଗୀତ ଯନ୍ତ୍ର କୋତୋ ମୁଖ୍ୟ । ଏବଂ ଏହାର ଶବ୍ଦ ଘଣ୍ଟି, ବାଦ୍ୟ ଏବଂ ବଂଶୀ ଭଳି ଶୁଣାଯିବ  । ତେଣୁ ଏହି ସମୟରେ ଏହି ବାଦ୍ୟ ଯନ୍ତ୍ରକୁ ଶୁଣିବା ହିଁ ଦେହ ପାଇଁ ଲାଭବାନ ହେବ ।

Leave a Reply