ବହୁ ପ୍ରତୀକ୍ଷାର ଅନ୍ତ, ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌ । ଭୁବନେଶ୍ୱର ବିମାନବନ୍ଦରରେ ସ୍ପାଇସଜେଟ୍ ଯୋଗେ ପହଞ୍ଚିଲା କୋଭିସିଲ୍ଡ ଟିକା । ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଓଡ଼ିଶା ରାଜ୍ୟ ଟିକା ଭଣ୍ଡାରରେ ପହଞ୍ଚିଛି ।

Corona Vaccine

ଏଥିପାଇଁ ଔଷଧ ନିଗମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରୁ ସବୁ ଜିଲ୍ଲାକୁ ଟିକା ନେବା ପାଇଁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ଚିଠି କରାଯାଇଛି । ସେମାନେ ଭ୍ୟାକସିନ୍ ଗାଡ଼ି ପଠାଇ ଟିକା ନେଇପାରିବେ । ଟିକା ନେଇ ଜିଲ୍ଲା ଭ୍ୟାକସିନ୍ ଷ୍ଟୋରରେ ରଖିବେ । ସେଠାରୁ କୋଲ୍‌ଡ ଚେନ୍ ମାଧ୍ୟମରେ ସ୍ଥିରୀକୃତ ହୋଇଥିବା ଶହେଟି ସ୍ଥାନକୁ ଟିକା ପଠାଯିବ ।

Corona Vaccine

୧୬ତାରିଖରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ୧୬୨ଟି ଭ୍ୟାକ୍ସିନ ସେସନ ସାଇଟରେ ହେବ ଟିକାକରଣ । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଶହେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା । ସକାଳୁ ସେରମ୍‌ ଇନଷ୍ଟିଚ୍ୟୁଟରୁ ୩ଟି ଟ୍ରକ୍‌ ମାଧ୍ୟମରେ ପୁନେ ଏୟାରପୋର୍ଟରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ଭାଏଲ ପଠାଯାଇଛି । ରାଜ୍ୟକୁ କୋଭିସିଲ୍‌ଡର ୪ଲକ୍ଷ ୮ହଜାର ଡୋଜ୍ ଆସିଛି । ଗୋଟିଏ ଶିଶିରୁ ୧୦ଟି ଡୋଜ ଦିଆଯାଇପାରିବ ।

Leave a Reply