ଦେଶରେ କରୋନା ଟିକାକରଣର କାଉଣ୍ଟଡାଉନ ଆରମ୍ଭ…

ନୂଆଦିଲ୍ଲୀ: ଆଉ ଡରାଇ ପାରିବନି କରୋନା। କରୋନା ସଙ୍କଟ ମଧ୍ୟରେ ଦେଶରେ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଟିକା କରଣ। ମହାମାରୀ ବିରୋଧରେ ଆଜିଠୁ ମହାସମର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ କରୋନା ଟିକାକରଣ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଅଦୃଶ୍ୟ ରାକ୍ଷସକୁ ହରାଇବାର ଏହି ଅଭିଯାନ ସକାଳ ୧୦ଟି ୩୦ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଭୂତାଣୁ ବିରୋଧରେ ହେବ ମହାବିଜୟ। ବାସ୍, ଆଉ କେଇ ଘଣ୍ଟାର ଅପେକ୍ଷା। ଏ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି ଭାତର।

ପ୍ରଥମ ପର୍ଯ୍ୟାୟରେ ଦେଶରେ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ ଓ୍ୱାର୍କରଙ୍କୁ ଦିଆଯିବ ଟିକା। ପ୍ରଥମ ପର୍ଯ୍ୟାୟରେ ଦେଶର ୩୦୦୦ କେନ୍ଦ୍ରରେ ଆରମ୍ଭ ହେବ ଟିକାକରଣ। ପ୍ରତ୍ୟେକ ଦିନ ଏହି କାର୍ଯ୍ୟକ୍ରମ ଜାରି ରହିବ। ପ୍ରଥମ ଦିନରେ ପ୍ରାୟ ୩ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କୁ ମିଳିବ ଟିକା। ପରବର୍ତ୍ତୀ ପର୍ଯ୍ୟାୟରେ ୫୦୦୦ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ କରିବା ନେଇ ଲକ୍ଷ୍ୟ ରଖିଛନ୍ତି ସରକାର।

ଟିକାକରଣ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକା ପହଞ୍ଚିସାରିଛି। ଦୀର୍ଘ ଦିନ ଧରି କରୋନା ବିରୋଧରେ ଦେଶବାସୀଙ୍କ ଲଢେଇ ଜାରି ରହିଥିବାବେଳେ ଏବେ ତାର ଅନ୍ତ ଘଟିବାକୁ ଯାଉଛି। ଦେଶବାସୀଙ୍କୁ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକସିନ୍ ମିଳିବାକୁ ଯାଉଛି।

Leave a Reply