ଏହି ଦେଶକୁ ପୁଣି ଫେରିଲା କରୋନା,ଜାଣନ୍ତୁ କେଉଁଠି..

ଅକଲାଣ୍ଡ୍:  ପୁଣି ଚିନ୍ତାରେ ନ୍ୟୁଜଲାଣ୍ଡ୍ ।  ଦୀର୍ଘ ୧୦୨ ଦିନ ପରେ ନ୍ୟୁଜଲାଣ୍ଡକୁ ଫେରିଲା ମହାମାରୀ କୋରାନା ଭୁତାଣୁ ।  ଏ ନେଇ ସୂଚନା ଦେଇଛନ୍ତି ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ । ନ୍ୟୁଜଲାଣ୍ଡର ଅକଲ୍ୟାଣ୍ଡ ସହରରେ ୪ କୋରାନା ସଂକ୍ରମିତ ଚି଼ହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଛି ।  ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବାବେଳେ ସେମାନଙ୍କ ସହ ମିଶିଥିବା ଅନ୍ୟ ଲୋକକୁ ଖୋଜା ଚାଲିଛି । ସ୍ଥାନୀୟ ଅଂଚଳ ଉପରେ କଡା ନଜର ରଖିଛନ୍ତି ସରକାର । ହୋମ କେୟାରର ଥିବା ବୟସ୍କ ଲୋକମାନଂକୁ ବାହାରକୁ ନ ଆସିବା ପାଇଁ କୁହାଯାଇଛି । ଅକଲ୍ୟାଣ୍ଡ ସହରରେ 15 ଲକ୍ଷ ଲୋକେ ବାସ କରୁଥିବାରୁ ସରକାର ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ।  ସବୁଠୁ ବଡ଼ କଥା ହେଲା ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ରଦ୍ଦ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏତେ ଦିନ ପରେ ପୁଣି କିଭଳି କୋରାନା ବ୍ୟାପିଲା ତାକୁ ନେଇ ଆରମ୍ଭ ହୋଇଛି ଖୋଲତାଡ । ସାରା ବିଶ୍ୱରେ ମହାମାରୀ ଭୁତାଣୁ ମାଡି ଚାଲିଥିବାବେଳେ ନ୍ୟୁଜଲାଣ୍ଡ୍ ଏହାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା । ତେବେ ଏବେ ପୁଣି କୋରାନା ଫେରି ଥିବାରୁ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନ୍ୟୁଜଲାଣ୍ଡ୍ ସରକାର

କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ଠିକଣା ସମୟରେ ପଦକ୍ଷେପ ପାଇଁ ନ୍ୟୁଜଲାଣ୍ଡ୍ ଏହାଠାରୁ ଏକରକମ ଅଛୁଆଁ ଥିଲା । ନ୍ୟୁଜଲାଣ୍ଡ୍ ନିଜ ଦେଶରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରି କରୋନାକୁ ରୋକିବାରେ ସଫଳ ହୋଇଥିଲା । ତେବେ ଏବେ କରୋନା ପୁଣି ଫେରିବା ସେଠାକାର ନାଗରିକ ଓ ସରକାରଙ୍କୁ ନିଶ୍ଚୟ ଚିନ୍ତାରେ ପକାଇ ଦେଇଛି ।

Leave a Reply