ଭରା ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା, ଝୁଲା ଦଉଡ଼ିରେ ଝୁଲୁଛି ଲୋକଙ୍କ ଭାଗ୍ୟ…

Construction of bridge work stalled In Balasore, worries local people

ବାଲେଶ୍ୱର: ସରୁନି ପୋଲ ତିଆରି କାମ । ପ୍ରଶାସନିକ ଅବହେଳା ଯୋାଗୁଁ ଅଧାପନ୍ତରିଆ ହୋଇ ପଡ଼ିରହିଛି । ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ । ଗ୍ରାମବାସୀ ଯେତେ ଗୁହାରୀ କଲେ ବି ଶୁଣିବାକୁ କେହି ନାହିଁ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଆଳୁମେଦା ପଞ୍ଚାୟତରୁ । Balasore Bridge ଭରା ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା । ଝୁଲା ଦଉଡିରେ ଝୁଲୁଛି ଲୋକଙ୍କ ଭାଗ୍ୟ । ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ । ରାସ୍ତା ଅଛି, ହେଲେ ନଦୀ କାଟୁଛି ବାଟ । ପୋଲ ନଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲା ଆଳୁମେଦା ପଞ୍ଚାୟତ ଡୁବୁଡୁବି ଘାଟ ଉପରେ ୧୧ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ଛୋଟ ଛୁଆଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏପରିକି ଯାନ ବାହାନ ସହ ଲୋକଙ୍କୁ ଡଙ୍ଗାରେ ନଦୀ ପାର ହେବାକୁ ପଡୁଛି ।

Balasore Bridge

ଦୀର୍ଘ ଦିନର ଦାବି ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଡୁବୁଡୁବି ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କାମ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ୩ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା କାମ କେବଳ ନଦୀ ଭିତରେ ପିଲର ଉଠି ସରିଯାଇଛି ।

Balasore Bridge

ଦେଢ ବର୍ଷ ମଧ୍ୟରେ ଏହି ପୋଲ କାମ ସରିବ ବୋଲି ଯୋଜନା କରି ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ କେବଳ ପିଲର କାମ ସରିଛି । ତାପରେ ନା’ ଠିକାଦାରଙ୍କ ଦେଖା ମିଳୁଛି ନା ସରକାରୀ ଅଧକାରୀଙ୍କ ।

Balasore Bridge

ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି କେହି ବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ହେଲେ କେହି ତାଙ୍କ କଥା ଶୁଣିବାକୁ ନାରାଜ । ସେପଟେ ଠିକାଦାରଙ୍କୁ ବାରମ୍ୱାର କାରଣ ଦର୍ଶାଅ ନୋଟିସ ଜାରି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

Balasore Bridge

ତେବେ ପୋଲ କାମ କେବେ ଶେଷ ହେବ ? ଆଉ ଗାଁ ଲୋକଙ୍କ ସ୍ୱପ୍ନ ପୂରା ହେବ । ନିରାପଦରେ ଯାତୟତ କରିବେ ଲୋକେ । ଏହା ଦେଖିବାକୁ ବାକି ରହିଲା ।

Leave a Reply