ତେଲ ଦର ନବଢିବା ଦିନକୁ ‘ଆଛେ ଦିନ’ ଭାବେ ଘୋଷଣା କରୁ ମୋଦି ସରକାର : ପ୍ରିୟଙ୍କା ଗାନ୍ଧୀ

1 min read

ନୂଆଦିଲ୍ଲୀ: ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ଶତକ ମାରିଲାଣି । ଭୋପାଳ ଭଳି ସହରରେ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କାରେ ବିକ୍ରୀ ହେଉଛି । ଗତ ଦୁଇ ମାସରେ ପେଟ୍ରୋଲ ଓ ଡିଜେଲ ଦରରେ ୧୪ ଥର ବଢିଛି । ଏମିତିରେ କଂଗ୍ରେସ ବିଜେପି ଉପରେ ଆକ୍ରମଣ ଜୋରଦାର କରିଛି । ମୋଦି ସରକାରଙ୍କୁ କଟାକ୍ଷ କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯେଉଁଦିନ ପେଟ୍ରୋଲ ଦର ବଢୁନାହିଁ ସେହି ଦିନକୁ ମୋଦି ସରକାର ‘ଆଛେ ଦିନ୍ ’ ଭାବେ ଘୋଷଣା କରନ୍ତୁ । ସେ କହିଛନ୍ତି ଯେ, ‘ ମୋଦି ସରକାର ସପ୍ତାହର ସେହିଦିନର ନାମକରଣ ଆଛେଦିନ ଭାବେ କରନ୍ତୁ ଯେଉଁଦିନ ପେଟ୍ରୋଲ ଦର ବଢୁନାହିଁ କାରଣ ବାକି ଦିନ ଦର ବୃଦ୍ଧି କାରଣରୁ ‘ମହଙ୍ଗା ଦିନ’ରେ ପରିଣତ ହୋଇଛି’ ।

 

ପ୍ରିୟଙ୍କାଙ୍କ ଭଳି ରାହୁଲ ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ନେଇ ମୋଦି ସରକାରଙ୍କୁ ନିଶାନାରେ ନେଇଛନ୍ତି । ସେ ଦର ବୃଦ୍ଧିକୁ ନେଇ ଅନେକ ଗୁଡିଏ ହେଡଲାଇନକୁ ସେୟାର କରି ଲେଖିଛନ୍ତି ଯେ, ‘ମହଙ୍ଗା ବିକାଶ’ । ଅନ୍ୟପକ୍ଷରେ ରବର୍ଟ ଭଦ୍ରା ତେଲ ଦର ହ୍ରାସ ନହେବା ପର୍ଯ୍ୟନ୍ତ ଅଫିସ ସାଇକେଲରେ ଯିବେ ବୋଲି ଘୋଷଣା କରିଛନ୍ତି ।

ଗାନ୍ଧୀ ପରିବାରଠାରୁ କ୍ୟୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ମଧ୍ୟ ଟ୍ୱିଟ୍ ପରେ ଟ୍ୱିଟ୍ କରି ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । ବିଜେପି ସରକାରର ଭୁଲ ଆର୍ଥିକ ନୀତି କାରଣରୁ ପେଟ୍ରୋଲ ଦର ବଢୁଛି ବୋଲି ସେ ଟ୍ୱିଟ୍ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୟୁପିଏ ସରକାର ଅମଳରେ ଯାହା ଥିଲା ତା’ର ଅଧା ଅଛି ତଥାପି ପେଟ୍ରୋଲ ଦର ଦେଶରେ ସର୍ବୋଚ୍ଚ ସ୍ତରରେ ରହିବା ମୋଦି ସରକାର ଭୁଲ  ଅର୍ଥନୀତିର କାରଣ ବୋଲି ସେ କହିଛନ୍ତି ।

Leave a Reply