ସେବାୟତ ବିବାଦରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ୩ ଘଣ୍ଟା ବିଳମ୍ବ

Conflict Between Two Sebayat Group, Ritual Of Sri Jew 3 Hours Delayed

ପୁରୀ: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ହୋଇପାରୁନି ଶ୍ରୀଜିଉଙ୍କ ସୁନାବେଶ । ଆଜି ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ସମ୍ପାଦନ ପରେ ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶ ହୋଇଥାନ୍ତେ । ତେବେ, ସୁନାବେଶ ଏଯାଏ ହୋଇପାରିନାହିଁ । ସକାଳ ଧୂପ ନୀତି ପରେ ସୁନାବେଶ ହୋଇଥାଏ ।

Conflict Between Two Sebayat Group, Ritual Of Sri Jew 3 Hours Delayed

ସିଂହାରୀ ଓ ମେକାପ୍ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସୁନାବେଶ ହୋଇପାରିନାହିଁ । ନୀତିକାନ୍ତି ୩ ଘଣ୍ଟା ବିଳମ୍ବରେ ଚାଲିଛି । ପୌଷ ପୂର୍ଣ୍ଣମା ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ସହ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥାଏ । ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରନ୍ତି ।

Conflict Between Two Sebayat Group, Ritual Of Sri Jew 3 Hours Delayed

ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯାଏ । ପରେ ରତ୍ନସିଂହାସନରେ ମହାପ୍ରଭୁ ମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । କିରିଟ, ଶ୍ରୀପୟର, ଶ୍ରୀଭୁଜ, ହରିଡ଼ାମାଳ, ବାହାଡ଼ା ମାଳ, ଆଦି ବିବିଧ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

Leave a Reply