କଣ୍ଟେନମେଣ୍ଟ ଜୋନରେ ବିବାହ ଭୋଜିକୁ ନେଇ ବିବାଦ, ପ୍ରତିବାଦ କଲେ ଗ୍ରାମବାସୀ

Conflict Arises After Marriage ceremony in Containment Zone

କଣ୍ଟେନମେଣ୍ଟ ଜୋନରେ ବିବାହ ଭୋଜି । କରୋନା କଟକଣାକୁ ଅମାନ୍ୟ କରି ବିବାହ ଭୋଜି ଆୟୋଜନକୁ ଗ୍ରାମବାସୀ ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ବାଉଁଶଡିହା ଅନଳିଆ ଦିଲ୍ଲୀପ ବାରିକ ଙ୍କ ଆଜି ବିବାହ ଭୋଜି ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରାୟ ୨୦୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ବାଉଁଶଡିହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାରୁ କୋଭିଡ କଟକଣାକୁ ଅବମାନନା କରିବାକୁ ଗ୍ରାମବାସୀ ବିରୋଧ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମାତ୍ର ପୋଲିସ ନିୟମ ଉଲଂଘନକାରୀଙ୍କ ବିରୋଧ ରେ ପଦକ୍ଷେପ ନେଇ ନଥିବା ବେଳେ ୨ ଗ୍ରାମବାସୀ ଙ୍କୁ ଅଟକ ରଖିଛି । ତେବେ ଅଟକ ଗ୍ରାମବାସୀ ଙ୍କୁ ଛାଡିବା ଦାବି କରିବା ସହ ନିୟମ ଉଲଂଘନ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave a Reply