ପ୍ରଶାସନିକ କ୍ଷେତ୍ରରେ ଆସିବ ସ୍ୱଚ୍ଛତା, ଶ୍ରମିକଙ୍କ ମଜୁରୀ ପାଇଁ ଇ-ମଷ୍ଟରରୋଲ ବାଧ୍ୟତାମୂଳକ

1 min read
Naveen E Muster Roll

ଭୁବନେଶ୍ୱର: ପ୍ରଶାସନିକ କ୍ଷେତ୍ରରେ ଆସିବ ସ୍ୱଚ୍ଛତା । ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି । ଏଣିକି ଶ୍ରମିକଙ୍କ ମଜୁରୀ ପାଇଁ ଇ-ମଷ୍ଟରରୋଲ ବାଧ୍ୟତାମୂଳକ ବୋଲି ନିେ୍ପତ୍ତି ନେଇଛନ୍ତି ସରକାର । ଏନେଇ 5T ଅଧୀନରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଇ-ମଷ୍ଟରରୋଲ ଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରିତାରେ ରହିବ ଉତ୍ତରଦାୟୀତ୍ୱ ।

୧୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପରେ ଇ-ମଷ୍ଟରରୋଲ କାର୍ଯ୍ୟକାରୀ ହେବ । ୨୦୨୧ ଜାନୁଆରୀ ପହିଲାରୁ ସବୁ ବିଭାଗରେ ଲାଗୁ ହେବ ଏହି ଇ-ମଷ୍ଟରରୋଲ ବ୍ୟବସ୍ଥା । ଏହା ଦ୍ୱାରା ପ୍ରଶାସନିକ କ୍ଷେତ୍ରରେ ସ୍ୱସ୍ଥତା ଆସିବା ସହ ଜାଲିଆତି  ଦୂର ହେବ ବୋଳି ଆଶା କରାଯାଉଛି । କାରଣ ଏହି ବ୍ୟବସ୍ଥା ଲାଗୁ ହେବା ପରେ ଶ୍ରମିକଙ୍କ ଖାତାକୁ ସିଧାସଳଖ ଭାବେ ସେମାନଙ୍କ ମଜୁରୀ ପଠାଯିବ ।

ଅନ୍ୟପଟେ ସର୍ବନିମ୍ନ ମଜୁରୀ ପ୍ରଦାନ ଉପରେ ନଜର ରଖାଯିବ । ସମୟ ଅନୁସାୟୀ ESI ଓ EPF ଦାଖଲ ହେଉଛି କି ନାହିଁ ସେନେଇ ମଧ୍ୟ ତଦାରଖ ହେବ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ମାତ୍ର ୫ ଟି ବିଭାଗରେ ଏହି ବ୍ୟବସ୍ଥା କରାଯିବ । ଅକ୍ଟୋବର ୨ରୁ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟକାରୀ ହେବ ଇ- ମଷ୍ଟରରୋଲ । ପୂର୍ତ୍ତ ବିଭାଗ, ଜଳସମ୍ପଦ ବିଭାଗ, ପଞ୍ଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ନଗର ଉନ୍ନୟନ ବିଭାଗ ପାଇଁ ଲାଗୁ ହେବ ଇ-ମଷ୍ଟରରୋଲ ।

Leave a Reply