‘ଦାଦାବଟିକୁ ନା’ କାର୍ଯ୍ୟକ୍ରମ ହାତକୁ ନେଲା କମିଶନରେଟ୍ ପୋଲିସ୍, ସୋମବାରଠାରୁ ଟ୍ୱିନସିଟିରେ ହେଲ୍ପଲାଇନ୍ ନମ୍ୱର

ଭୁବନେଶ୍ୱର/କଟକ: ଦାଦାବଟିକୁ ରୋକିବା ପାଇଁ କମିଶନରେଟ୍ ପୋଲିସର ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ ଆଣ୍ଟି ଏକ୍ସକର୍ଷନ ଟାକ୍ସ ଫୋର୍ସ ଗଠନ ହୋଇଛି । ବଟି ଦେଉଥିବା ଲୋକଙ୍କ ସହ ପୋଲିସ ଆଲୋଚନା କରୁଛି । ଭୟଭୀତ ନହୋଇ ପୋଲିସ ଉପରେ ଭରସା ରଖି ବିନା ଦ୍ୱିଧାରେ ନିଜ ବ୍ୟବସାୟ କରିବା ପାଇଁ ପୋଲିସ ବ୍ୟବସାୟୀମାନଙ୍କୁ ପ୍ରବର୍ତ୍ତାଉଛି । କେହି ବଟି ମାଗିଲେ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେବା ପାଇଁ ଅପିଲ୍ କରାଯାଇଛି ।

ପ୍ରତି ଥାନା ଅଧିନରେ ଆସୁଥିବା ଅଞ୍ଚଳର ଦାୟିତ୍ୱ ଥାନା କର୍ମଚାରୀଙ୍କୁ ମିଳିଛି । ତେବେ ଡିସିପିଙ୍କ ସ୍ତରରେ ମଧ୍ୟ ଲୋକଙ୍କୁ ସଚେତନ କରିଯିବା ନେଇ ସୂଚନା ମିଳିଛି । ତେବେ ଦାଦା ବଟି ସମ୍ୱନ୍ଧୀତ ସମସ୍ୟାର ସମାଧାନ ପାଇଁ ବ୍ୟବସାୟୀମାନଙ୍କ ସହ ଆଲୋଚନା ମଧ୍ୟ କରାଯିବା କଥା କମିଶନରେଟ୍ ପୋଲିସ୍ କହିଛି ସେହିଭଳି ଡିସିପି ସପ୍ତାହରେ ଥରେ ସ୍ଥିତି ସମୀକ୍ଷା କରିବେ ଓ ଅତିରିକ୍ତ କମିଶନର ପ୍ରତି ୧୫ ଦିନରେ ଥରେ ସ୍ଥିତି ସମୀକ୍ଷା କରିବେ । ସୋମବାରଠାରୁ ଏକ ହେଲ୍ପ ଲାଇନ ନମ୍ୱର ମଧ୍ୟ ଜାରି କରାଯିବ । ହେଲ୍ପଲାଇନ ନମ୍ୱରରେ କଲ୍ କରି ବଟି ମାଗୁଥିବା ଲୋକ ସମ୍ପର୍କିତ ତଥ୍ୟ ଦେଇପାରିବେ ।

ତଥ୍ୟ ଦେଉଥିବା ବ୍ୟକ୍ତିର ପରିଚୟକୁ ପୋଲିସ ଗୋପନ ରଖିବ । ଆବଶ୍ୟକସ୍ଥଳେ ସୂଚନାକାରୀକୁ ପୁରସ୍କୃତ ମଧ୍ୟ କରାଯିବ । ସେହିଭଳି ବଟି ଆଦାୟ ମାମଲରେ ଜଡିତ ଥିବା ବ୍ୟକ୍ତିମାନଙ୍କର ଏକ ତାଲିକା ଥାନା ଅଧିକାରୀ ପ୍ରସ୍ତୁତ କରିବେ । ଏବେ ଏମାନେ କଣ କରୁଛନ୍ତି, କିଏ କେଉଁଠାରେ କାର୍ଯ୍ୟରତ ଅଛନ୍ତି ସେନେଇ ଖୋଳତାଡ଼ ଆରମ୍ଭ ହେବ । ତେବେ ଏହି ମାମଲାରେ ଗିରଫ ହେଲେ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ୧୧୦ ଧାରା ଲାଗିବ । ଆବଶ୍ୟକ ହେଲେ ଜାତୀୟ ନିରାପତ୍ତା ଆଇନକୁ ଉଲଂଘନକାରୀ ଭାବେ ଉକ୍ତ ଅପରାଧୀମାନଙ୍କୁ ଗିରଫ କରାଯିବ  ।ତେବେ ଗିରଫ ହେବା ପରେ ଏହି ତଥାକଥିତ ଗ୍ୟାଙ୍ଗଷ୍ଟରଙ୍କମାନଙ୍କୁ ଜାମିନ ମିଳିଯାଏ । ଏଣୁ ରାଜ୍ୟ ସରକାରଙ୍କ ଓକିଲ ସହ ଆଲୋଚନା ଚାଲିଛି । କମିଶନରେଟ୍ ପୋଲିସ୍ ଜାମିନ ଖାରଚ ସହ ଶୀଘ୍ର ଟ୍ରାଏଲ ଉପରେ ଗୁରୁତ୍ୱ ଦେବା ପାଇଁ ବିଚାର ହେଉଛି ।

Leave a Reply