ପୁରୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍, ବଦଳିଯାଇଛି ବେଳାଭୂମିର ଦୃଶ୍ୟ

1 min read
Memorial To Build In Memory Of Martyred Covid Warrior In Bhubaneswar

ଭୁବନେଶ୍ୱର: ପୁରୀ ବେଳାଭୂମିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ । ନୀଳ ଆକାଶ ଓ ନୀଳ ସମୁଦ୍ର ଜଳ ରାଶିରେ ଚମକି ଉଠିଛି ପୂରୀ ବେଳାଭୂମି । ସୁନ୍ଦର କଳାକୃତିରେ ଝଲସି ଉଠିଛି ସ୍ୱର୍ଣ୍ଣାଭ ବେଳାଭୂମି । ବ୍ଲୁ-ଫ୍ଲାଗ୍ ମାନ୍ୟତା ପାଇଁ ମନୋନୀତ ହେବା ପରେ ଏବେ ପୁରା ବଦଳି ଯାଇଛି ଦୃଶ୍ୟ ।

ଗାନ୍ଧିଘାଟରୁ ହୋଟେଲ ମେ’ ଫେୟାର ପର୍ଯ୍ୟନ୍ତ ୯ ଶହ ମିଟର ବେଳାଭୂମିରେ ସୁନ୍ଦର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ପାଇଁ ସୁବିଧା ଥିବା ବେଳେ ଏବେ କେବଳ ପର୍ଯ୍ୟଟକଙ୍କୁ ଅପେକ୍ଷା କରି ରହିଛି ବେଳଭୂମି । ତେବେ ବ୍ଲୁ-ଫ୍ଲାଗ୍‌ ବିଚ୍‌ ମାନ୍ୟତା ପାଇବା ପାଇଁ ଗତ ଦେଢ଼ ବର୍ଷ ଧରି ବେଳାଭୂମିର ପ୍ରାୟ ସଂରକ୍ଷିତ ୯୦୦ମିଟର ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ସୌନ୍ଦର୍ଯ୍ୟକରଣ କରାଯିବା ସହ ବିକଶିତ କରାଯାଇଛି ।

ପୁରୀ ବେଳାଭୂମିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍

#ପୁରୀ_ବେଳାଭୂମିକୁ_ନେଇ_ମୁଖ୍ୟମନ୍ତ୍ରୀ_ନବୀନ_ପଟ୍ଟନାୟକଙ୍କ_ଟ୍ୱିଟ୍ନୀଳ ଆକାଶ ଓ ନୀଳ ସମୁଦ୍ର ଜଳ ରାଶିରେ ଚମକି ଉଠିଛି ପୂରୀ ବେଳାଭୂମି । ସୁନ୍ଦର କଳାକୃତିରେ ଝଲସି ଉଠିଛି ସ୍ୱର୍ଣ୍ଣାଭ ବେଳାଭୂମି । ବ୍ଲୁ ଫ୍ଲାଗ୍ ମାନ୍ୟତା ପାଇଁ ମନୋନୀତ ହେବା ପରେ ଏବେ ପୁରା ବଦଳି ଯାଇଛି ଦୃଶ୍ୟ । ଗାନ୍ଧିଘାଟରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ୯ ଶହ ମିଟର ବେଳାଭୂମିରେ ସୁନ୍ଦର ବ୍ୟବସ୍ଥା କରାଯାଇଛି । #NandighoshaTV #Odisha

Nandighosha TV यांनी वर पोस्ट केले रविवार, २० सप्टेंबर, २०२०

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରାୟ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ବେଳାଭୂମିକୁ ଆନ୍ତର୍ଜାତୀୟ ମାନ୍ୟତା ପାଇଁ ପ୍ରସ୍ତୁତ କରାଯାଇଛି । ଡେନମାର୍କରୁ ମିଳୁଥିବା ଏହି ଆନ୍ତର୍ଜାତୀୟ ମାନ୍ୟତା ପାଇଁ ବେଳାଭୂମିକୁ ୩୩ଟି ସର୍ତ୍ତ ପୂରଣ କରିବାକୁ ପଡ଼ିଛି । ସେଥିମଧ୍ୟରୁ ସୁରକ୍ଷିତ ସ୍ନାନ ଅଞ୍ଚଳ, ପାନୀୟ ଜଳ ଓ ଶୌଚାଳୟ ସ୍ଥାପନ, ୱାଚ୍‌ ଟାୱାର ଓ ବସିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା, ଜଗିଂ ଟ୍ରାକ, ସିସିଟିଭି ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି ।

Leave a Reply