ବଢ଼ୁଛି ତିକ୍ତତା: ଆମେରିକୀୟ ବାଣିଜ୍ୟିକ ଦୂତାବାସକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ଚୀନ

ବେଜିଂ: ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ଘନେଇବାରେ ଲାଗିଛି । ଆମେରିକା ଚୀନର ଏକ ବାଣିଜ୍ୟିକ ଦୂତାବାସ ବନ୍ଦ କରିବା ପରେ ଚୀନ ପ୍ରତିଶୋଧକମୂଳକ ପଦକ୍ଷେପ ନେଇଛି । ଚେଙ୍ଗଡୁଠାରେ ଥିବା ଆମେରିକୀୟ ବାଣିଜ୍ୟିକ ଦୂତାବାସକୁ ଚୀନ ଶୁକ୍ରବାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।

ଆମେରିକା ହଷ୍ଟନସ୍ଥିତ ଚୀନ ବାଣିଜ୍ୟ ଦୂତାବାସରେ କାର୍ଯ୍ୟ ବନ୍ଦ କରାଇବାର ଦିନକ ପରେ ଚୀନ ସରକାର ଶୁକ୍ରବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ହଷ୍ଟନସ୍ଥିତ ଚୀନ ଦୂତାବାସକୁ ବନ୍ଦ କରି ଆମେରିକା ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଜାତୀୟ ଆଇନ ଓ ନୀତିନିୟମର ଉଲ୍ଲଙ୍ଘନ କରିଛି । ଚୀନର ଦକ୍ଷିଣପଶ୍ଚିମ ସିଚୁଆନ ପ୍ରଦେଶ ରାଜଧାନୀ ଚେଙ୍ଗଡୁ ଆମେରିକାର ଏକ ଗୁରୁତ୍ବପୂର୍ଣ୍ଣ କୂଟନୈତିକ କାର୍ଯ୍ୟସ୍ଥଳ । ଆମେରିକା ଏହିଠାରୁ ତୀବ୍ଦତିୟ ସ୍ବୟଂଶାସିତ ଅଞ୍ଚଳ ସମେତ ଚୀନର ବହୁ ଅଞ୍ଚଳ ପାଇଁ କାମ କରିଥାଏ ।

Leave a Reply