ଭାରତ ବିରୁଦ୍ଧରେ ଚାଲ ଚଲାଉଛି କି ନେପାଳ? ଲିପୁଲେଖ ନିକଟରେ ଚୀନ ମୃତୟନ କଲା ୧ ହଜାର ସୈନ୍ୟ

1 min read

ଭାରତ-ଚୀନ ମଧ୍ୟରେ ସଂପର୍କକୁ ସ୍ୱଭାବିକ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ଆଲୋଚନା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପୂର୍ବଭଳି ଚୀନ ହିଂସା ସୃଷ୍ଟି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ପ୍ରକୃତ ନିୟନ୍ତ୍ରଣ ରେଖାରୁ ଚୀନ ଏପର୍ଯ୍ୟନ୍ତ ସେନାକୁ ପ୍ରତ୍ୟାହାର କରିନାହିଁ । ଉଭୟଙ୍କ ମଧ୍ୟରେ ହୋଇଥିବା ବୁଝାମଣା ପରେ ମଧ୍ୟ ଚୀନକୁ କୌଣସି ଫରକ୍ ପଡ଼ୁନାହିଁ । ଏବେ ମଧ୍ୟ ଚୀନ ସେନା ଅନେକ ସ୍ଥାନରେ ରହିଛନ୍ତି । ତେବେ ଚୀନ ଯେ ଏବେ ମଧ୍ୟ ଚାଲ ଚଲଉଛି, ଏହା ଲିପୁଲେଖ ନିକଟରେ ତା ଗତିବିଧିକୁ ଦେଖି ଅନୁମାନ କରାଯାଉଛି । ସୂଚନା ମୁତାବକ ଚୀନ ଲଦାଖ ପରେ ଏବେ ଲିପୁଲେଖରେ ୧ ବାଟାଲିୟନ ବା ପ୍ରାୟ ୧ ହଜାର ସେନା ମୃତୟନ କରିଛି । ଅବଶ୍ୟ ଭାରତ ମଧ୍ୟ ନିଜ ଅଂଚଳରେ ସେତିକି ସେନା ମୃତୟନ କରି ସାରିଛି ।


କହିରଖୁଛୁ ଭାରତ-ଚୀନ ମଧ୍ୟରେ ପ୍ରାୟ ୩ ମାସ ଧରି ସମସ୍ୟା ଲାଗି ରହିଛି । ପ୍ରାୟ ୪୫ ବର୍ଷ ପରେ ୧୫ ଜୁନରେ ପୂର୍ବ ଲଦାଖରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଥିଲା । ଏଥିରେ ଭାରତର ୨୧ ଯବାନ ସହିଦ ହୋଇଥିବା ବେଳେ ଚୀନର ଅତି କମରେ ୪୫ ଜଣ ସୈନିକ ନିହତ ହୋଇଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଦୁଇ ଦେଶର ସୈନ୍ୟ ଧୀରଧୀରେ ପଛକୁ ଫେରୁଥିବା ବେଳେ ଏବେ ଲିପୁଲେଖ ନିକଟରେ ଚାଲ ଚଲାଉଛି ଚୀନ୍ । ଏହି ଅଂଚଳରେ ଏବେ ମଧ୍ୟ ଚୀନ ସେନାକୁ ଦେଖିବାକୁ ମିଳୁଛି । ତେବେ ମାନସରୋବର ଯାତ୍ରା ପାଇଁ ଭାରତ ନିର୍ମାଣ କରିଥିବା ୮୦ କିଲୋମିଟର ରାସ୍ତାକୁ ନେଇ ଗତ କିଛି ଦିନ ପୂର୍ବରୁ ନେପାଳ ଆପତ୍ତି କରିଥିଲା । ଯାହା ମଧ୍ୟରେ ଲିପୁଲେଖକୁ ନିଜର ଅଂଚଳ ବୋଲି ଦାବି କରୁଥିଲା । ତେବେ କେବଳ ଚୀନ ନୁହେଁ ବରଂ ନେପାଳର କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖିଛି ଭାରତ ।

Leave a Reply