ବିରୋଧ ସତ୍ତ୍ୱେ ଚୀନ୍ ହେଉଛି ‘ଆତ୍ମନିର୍ଭରଶୀଳ ଭାରତ’ରେ ସବୁଠାରୁ ବଡ଼ ବାଣିଜ୍ୟ ଭାଗିଦାରୀ

ଏଲଏସିରେ  ୨୦ ଜଣ  ଭାରତୀୟ ଯବାନ ଚୀନ୍ ବିସ୍ତାରବାଦୀ ନୀତିର ଶିକାର ହୋଇଥିଲେ। ସହିଦ ଯବାନଙ୍କ ପାଇଁ ପୁରା ଦେଶରେ ପ୍ରତିଶୋଧର ନିଆଁ ଜଳିଥିଲା ।  ପ୍ଲା କାର୍ଡ, କ୍ୟାଣ୍ଡେଲ ମାର୍ଚ୍ଚ, ଚୀନ ବିରୋଧୀ ସ୍ଲୋଗାନରେ ପୁରା ଦେଶ ପ୍ରକମ୍ପିତ ହେଲା। ଦେଶର ଗଳି ଗଳିରେ ଚୀନ ଏବଂ ଚୀନର ସବୁ ସାମଗ୍ରୀ ଉପରେ ପ୍ରତିବନ୍ଧକ ପାଇଁ କଥା ଉଠିଲା। ଖାଲି ସେତିକି ନୁହେଁ ରାସ୍ତା ଉପରେ ଲୋକେ ଚାଇନା ସାମଗ୍ରୀକୁ ଭାଙ୍ଗିବାକୁ ଲାଗିଲେ। ଆଉ ଏହା ପରେ ‘’ଆତ୍ମନିର୍ଭରଶୀଳ ଭାରତ” ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା।

କିନ୍ତୁ ସହିଦ ମାନଙ୍କ ପାଇଁ ଯେଉଁ ବହ୍ନି ଜଳିବାକୁ ଲାଗିଥିଲା ତାହାର ପ୍ରଭାବ ମାତ୍ର କିଛି ଦିନ ପାଇଁ ରହିଥିଲା। ମନରେ ଜଳୁଥିବା ନିଆଁ ଧିରେ ଧିରେ ଲିଭିବାକୁ ଲାଗିଲା । ଆଉ ଆଜି ଚୀନ୍ ପୁଣିଥରେ ଭାରତର ବୃହତ୍ତମ ବ୍ୟବସାୟୀକ ସହଯୋଗୀ ଭାବେ ଛିଡା ହୋଇଛି । ସୀମା ବିବାଦ ସତ୍ତ୍ୱେ ଚୀନ୍ ଭାରତୀୟ ବଜାରକୁ  ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି।

ବାଣିଜ୍ୟ ମନ୍ତ୍ରଣାଳୟର ଆକଳନରୁ ଜଣାପଡିଛି ଯେ ଚୀନ୍ ପୁଣିଥରେ ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ହୋଇପାରିଛି। ଆକଳନ ଅନୁଯାୟୀ ଗତ ବର୍ଷ ଅର୍ଥାତ୍ ୨୦୨୦ ରେ ଭାରତ ଏବଂ ଚୀନ୍ ମଧ୍ୟରେ ୭୭.୭୭  ବିଲିୟନ ଡ଼ଲାର୍ ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଛି। ଯଦିଓ ଏହା ଗତ ଚାରି ବର୍ଷ ମଧ୍ୟରେ ସର୍ବନିମ୍ନ, କିନ୍ତୁ ଚୀନ୍ ଏବେ ମଧ୍ୟ ବାଣିଜ୍ୟ କ୍ଷେତ୍ରରେ ତାର ସ୍ଥାନକୁ ବଜାୟ ରଖିଛି। ଯଦି ଦେଖିବା ଗତ ବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ମାମଲାରେ ଆମେରିକା ଭାରତର ସବୁଠାରୁ ବଡ ପାର୍ଟନର ଥିଲା । ୨୦୧୯ ରେ ଭାରତ ଏବଂ ଆମେରିକା ମଧ୍ୟରେ ୯୦.୦୧ ବିଲିୟନ ଡ଼ଲାରର ବାଣିଜ୍ୟ ହୋଇଥିଲା। ଡାଟା ଅନୁଯାୟୀ ଚୀନ ୨୦୧୭, ୧୮, ୧୯, ୨୦ରେ ଭାରତର ସର୍ବବୃହତ ବାଣିଜ୍ୟ ଭାଗୀଦାରୀ ହୋଇଆସିଛି।

ସବୁଠାର ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି, ପ୍ରତିଦିନ ସରକାର ମନ୍ତ୍ରୀ ନେତା ଆତ୍ମନିର୍ଭରଶୀଳ ଭାରତର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଆମ ଦେଶର ପ୍ରତ୍ୟେକ ପର୍ବରେ ଆମେ ଚାଇନା ସାମଗ୍ରୀକୁ ହିଁ ବ୍ୟବହାର କରୁଛେ। ଯେଉଁ ଦୋକାନରେ ଚିନି ସାମଗ୍ରୀ ମିଳୁଛି ସେଠାରେ ଲୋକ ଦୋକାନ ଭାଙ୍ଗିବା ସହ ଚୀନ ସାମଗ୍ରୀକୁ ଭାଙ୍ଗୁଛନ୍ତି। କିନ୍ତୁ ଚାଇନା ସାମଗ୍ରୀ କିଣାବିକାର ଖେଳ ଏବେବି ଜାରି ରହିଛି। ୨୦୧୮ ପରେ ଚୀନ୍ ପୁଣିଥରେ ଭାରତର ପ୍ରମୁଖ ଟ୍ରେଡ୍ ପାର୍ଟନର ହୋଇଛି।

ଯେଉଁଠି ଭାରତରୁ ଶହ ଶହ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିଠି ଭାରତ ଦାମି ଏବଂ ଭାରୀ ମେସିନ୍ କିଣିବା ପାଇଁ ଚୀନ୍ ଉପରେ ନିର୍ଭରଶୀଳ ରହିଛି। ସୂଚନା ଅନୁଯାୟୀ ଭାରତ ଚାଇନା ଠାରୁ ୫୧ ପ୍ରତିଶତ ଭାରୀ ଯନ୍ତ୍ର ଆମଦାନୀ କରୁଛି। ଖାଲି ଭାରତରେ ଚୀନ ତାର ବାଣିଜ୍ୟ ବିସ୍ତାର କରିନାହିଁ। ଆମେରିକାକୁ ପଛରେ ପକାଇ ଚୀନ୍ ୟୁରୋପୀୟ ୟୁନିଅନର ସବୁଠାରୁ ବଡ ବ୍ୟବସାୟୀକ ପାର୍ଟନର ହୋଇପାରିଛି। ୨୦୨୦ ରେ ଚୀନ୍ ଏବଂ ୟୁରୋପୀୟ ୟୁନିଅନ୍ ମଧ୍ୟରେ ୭୧୦ ବିଲିୟନ ଆମେରିକୀୟ ଡଲାରର ବାଣିଜ୍ୟ ହୋଇଛି। ସେହିଭଳି ୨୦୨୦ ରେ ଚୀନ୍ ମଧ୍ୟ ଜର୍ମାନୀର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ହୋଇଛି। କେବଳ ଏତିକି ନୁହେଁ, ଚୀନ୍ ଗତ ପାଞ୍ଚ ବର୍ଷ ମଧ୍ୟରେ ଜର୍ମାନୀର ସବୁଠୁ ବଡ ବାଣିଜ୍ୟ ଭାଗିଦାରୀ ହୋଇ ରହିଆସିଛି।

ଆସନ୍ତୁ ଜାଣିବା ଭାରତରେ  ୨୦୧୭ରୁ ୨୦୨୦ ମଧ୍ୟରେ ଥିବା ପ୍ରମୁଖ ବାଣିଜ୍ୟ ଭାଗୀଦାର ଥିବା ଦେଶ ମାନଙ୍କ ସମ୍ପର୍କରେ। ଯଦି ଦେଖିବା ବିଗତ ୪ ବର୍ଷ ମଧ୍ୟରୁ ୩ ବର୍ଷ ହେବ ଆଗରେ ରହିଛି ଚୀନ। ୨୦୧୭ରେ ଚୀନ ୮୭.୦୭ ବିଲିୟନ ଡ଼ଲାର୍ର ବାଣିଜ୍ୟ ଭାଗିଦାରୀ ରଖିଥିବା ବେଳେ ଆମେରିକା ୭୦.୦୮ ବିଲିୟନ ଡଲାର ଏବଂ ୟୁ୍ଏଇ ୫୩.୦୧ ବିଲିୟନ ଡ଼ଲାର୍ ର ଭାଗିଦାରୀ ରହିଛି। ୨୦୧୮ରେ ଚୀନ ୯୦.୦୪ ବିଲିୟନ ଡଲାର, ଆମେରିକା ୮୬.୬ ବିଲିୟନ ଡଲାର ଏବଂ ୟୁଏଇ ୫୬. ୬ ବିଲିୟନ ଡ଼ଲାର୍ ର ଭାଗିଦାରୀ ରହିଛି। ୨୦୧୯ରେ ଭାରତରେ ବାଣିଜ୍ୟ ଭାଗିଦାରୀରେ ଚୀନକୁ ପଛରେ ପକାଇଥିଲା ଆମେରିକା । ଆମେରିକା ସେହି ବର୍ଷ ୯୦.୧ ବିଲିୟନ ଡଲାରର ବାଣିଜ୍ୟ ଭାଗିଦାରୀ ରହିଥିବା ବେଳେ ଚୀନ ୮୫.୫ ଏବଂ ୟୁଏଇ ୬୦.୩ ର ଭାଗିଦାରୀ ରହିଥିଲା। ୨୦୨୦ରେ ପୂର୍ବଭଳି ଅଧିକ ଭାଗିଦାରୀ ହୋଇନଥିଲେ ସୁଧା ଚୀନ ଆଗରେ ରହିଥିଲା। ୨୦୨୦ରେ ଚୀନ ୭୭.୭ ବିଲିୟନ ଡଲାର ବାଣିଜ୍ୟ ଭାଗିଦାରୀ ରହିଥିବାବେଳେ ଆମେରିକା ୭୬.୦ ଏବଂ ୟୁଏଇ ୪୨.୦ ଭାଗିଦାରୀ ରହିଛି।

Leave a Reply