ଭାରତ-ଚୀନ୍ ସୀମା ବିବାଦ; ଅବାନ୍ତର ସର୍ତ୍ତ ରଖିୁଛି ଚୀନ୍, ଭାରତ କହିଲା ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ…

1 min read

ନୂଆଦିଲ୍ଲୀ: ୬ ମାସର ସୀମା ବିବାଦ ପରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଏବେ ଏକ ଶାନ୍ତିପୂର୍ଣ୍ଣ ଆଲୋଚନା ଆଡକୁ ମୁହାଁଇଲାଣି । ଚୀନ୍ର ଭାଷଣବାଜି ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ କମିଛି । ଏସବୁ ହୋଇଛି, ଭାରତର ପାଲଟା ଆକ୍ରମଣ ଯୋଗୁଁ । ଚୀନର ସବୁ ଅପଚେଷ୍ଟାକୁ ଭଣ୍ଡୁର କରିବାରେ ଭାରତ ସଫଳ ହେବା ପରେ ଏବେ ଚୀନ୍ ଏକ ନାଚାର ସ୍ଥିତିକୁ ଆସିଛି ଓ ଆଲୋଚନାରେ ସମାଧାନ ଚାହୁଁଛି ।

ତେବେ ସୀମା ବିବାଦ ତୁଟାଇବା ପାଇଁ ଭାରତ ଭରପୂର ପ୍ରୟାସ କରୁଛି । ଉଭୟ କୁଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହେଉଛି । ମାତ୍ର ଚୀନ୍ ଆଲୋଚନା ଏଭଳି ସର୍ତ୍ତ ଅଡି ବସୁଛି ଯାହା ନ୍ୟାୟସମ୍ମତ ନୁହେଁ ।  ଚୀନ୍ ନିଜ ପ୍ରସ୍ତାବରେ କହିଛି ଯେ, ଭାରତ ପେଙ୍ଗୋଗ୍ ହ୍ରଦର ଦକ୍ଷିଣ କ୍ଷେତ୍ରରୁ ସେନା ହଟାଉ । ମାତ୍ର ଚୀନ୍ ନିଜ ସେନାକୁ ହଟାଇବା ପାଇଁ ପ୍ରସ୍ତୁତ ନାହିଁ । ସୂଚନାଯୋଗ୍ୟ ଯେ, ପେଙ୍ଗୋଗ୍ ହ୍ରଦର ଗୋଟିଏ ପାର୍ଶ୍ୱରେ ଭାରତ ଓ ଅନ୍ୟପାଖରେ ଚୀନ୍ ରହିଛି ।

ଭାରତର କହିବା କଥା ନିଷ୍ପତ୍ତି ଏକପାଖିଆ ହୋଇପାରିବ ନାହିଁ । ଉଭୟ ଦେଶ ଏକ ସମୟରେ ହଦ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ପରେ ହିଁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଭାରତ ସ୍ପଷ୍ଟ ଶଦ୍ଦରେ ଚୀନକୁ ଜଣାଇଛି । ତେବେ ଚୀନ ଏଭଳି ସମାଧାନକୁ ସହମତି ଦେବାକୁ ପ୍ରସ୍ତୁତ ନୁହେଁ । ଅପରପକ୍ଷରେ ଦି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ ଏକ ଚାଞ୍ଚଲ୍ୟକର ଖବର ପ୍ରକାଶ କରିଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତ ଏଲଏସି ସୀମା ଲଂଘି ୭ଟି ସ୍ଥାନରେ ଚୀନ ସୀମାର କିଛି ଅଞ୍ଚଳ ଦଖଲ କରିଛି । ଅଗଷ୍ଟ ମାସରେ ଭାରତଚୀୟ ସେନା ମୁଭମେଣ୍ଟ କରିବା ଆରମ୍ଭ କରିଥିଲା ।

ଏହି ସମୟରେ ହିଁ ଚୁସୁଲ ଅତିକ୍ରମ ହୋଇଛି । ଚୁସୁଲ ସେହି ଅଞ୍ଚଳ ଯେଉଁଠାରୁ ସେନା ହଟାଇବା ପାଇଁ ଚୀନ୍ ଏବେ ଭାରତକୁ ବାଧ୍ୟ କରୁଛି ବୋଲି ରିପୋର୍ଟରେ ଅନୁମାନ କରାଯାଉଛି । କାରଣ ଚୁସୁଲ୍ ପଙ୍ଗୋଗ୍ ହଦ୍ରର ଦକ୍ଷିଣ ପାର୍ଶ୍ୱରେ ହିଁ ଅବସ୍ଥିତ । ସେହିଭଳି ଅନ୍ୟ ଦୁଇ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ମଧ୍ୟ ରହିଛି, ଯାହା ଚୀନ-ଭାରତ ମଧ୍ୟରେ ବିବାଦର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେହିଭଳି ସ୍ପାଙ୍ଗୁର୍ ଗ୍ୟାପକୁ ନେଇ ମଧ୍ୟ ଦୁଇ ଦେଶରେ ମଧ୍ୟରେ ସମସ୍ୟା ଥାଇପାରେ । ହ୍ରଦର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏକ ପର୍ବତଶ୍ରେଣୀ ମଧ୍ୟରେ ବ୍ୟବଧାନ ରହିଛି । ଏଠାରେ ଦୁଇ ସେନାର ମୁଭମେଣ୍ଟ ରହିଥାଏ । ଭାରତ ଏଠାରେ ମଧ୍ୟ ଚୀନ ପଟକୁ ମାଡି କରି ରହିଛି ବୋଲି ରିପୋର୍ଟ କହିଛି । ତେବେ ଭାରତ ଚୀନ୍ ପଟକୁ ମାଡି କରି ରହିବା ଚୀନ ପାଇଁ ସମସ୍ୟା ବଢାଉଛି ।  ମୋଟାମୋଟି ଭାବେ କହିଲେ, ଚୁସୁଲରୁ ଭାରତୀୟ ସେନା ହଟିବା ପାଇଁ ଚୀନ୍ ଦାବି କରୁଥିବା ବେଳେ ଭାରତ ପେଙ୍ଗାେଗ ହ୍ରଦର ଉତ୍ତର ପାର୍ଶ୍ୱରୁ ଚୀନ ସେନା ହଟୁ ବୋଲି ଦାବି କରୁଛି ।

Leave a Reply