ଚୀନରୁ ବ୍ୟାପିପାରେ କରୋନା ଠାରୁ ଆହୁରି ଭୟଙ୍କର ଭାଇରସ୍, ବୈଜ୍ଞାନିକ କହିଲେ କାରଣ…

1 min read

ନୂଆଦିଲ୍ଲୀ: କେବଳ କରୋନା ନୁହେଁ କରୋନାଠୁ ଆହୁରି ଭୟଙ୍କର ଭାଇରସ ବ୍ୟାପିପାରେ ଚୀନରୁ । ଏନେଇ ଦୁନିଆର ପ୍ରମୁଖ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି । ଚୀନ ଯେଉଁ ପରିବେଶରେ କାମ କରୁଛି ସେଥରୁ କରୋନା ଠାରୁ ଭୟଙ୍କର ଭାଇରସ୍ ସୃଷ୍ଟି ହୋଇପାରେ । ଏବଂ ଏହା ମଣିଷଠୁ ମଣିଷକୁ ବ୍ୟାପିପାରେ । ୱାର୍ଲ୍ଡ ଆନିମଲ ପ୍ରୋଟେକ୍ସନ ସଂସ୍ଥା ସହ କାମ କରୁଥିବା ବୈଜ୍ଞାନିକ କେଟ୍ ବ୍ଲେସଜୈକ କହିଛନ୍ତି- ଚୀନ ଆକ୍ରାମଣାତ୍ମକ ଭାବେ ଚାଷ କରୁଛି । ଯେଉଁଥିରୁ ଆଣ୍ଟି ବାୟୋଟିକ୍ ରେଜିଷ୍ଟେନ୍ସ ସହିତ କରୋନାଠୁ ମଧ୍ୟ ଭୟଙ୍କର ଭାଇରସ୍ ସୃଷ୍ଟି ହୋଇପାରେ ।

ବ୍ରିଟେନର ଏକ ୱେବସାଇଟ୍ ମୁତାବକ, ସିଙ୍ଗାପୁରରେ ରହୁଥିବା କେଟ ବ୍ଲେସଜୈକ ଚୀନ ବାର୍ଡ ଫ୍ଲୁର ୨ଟି ନୂଆ ଷ୍ଟ୍ରେନ୍ ସହ ଜଡ଼ିତ ରହିଛି । ଏହାବ୍ୟତୀତ ମଣିଷ, ଘୁଷୁରୀ ଓ ଏବିୟନ ଇନଫ୍ଲୁଏଞ୍ଜା ଭାଇରସ୍ ସହ ମିଳିତ ସ୍ୱାଇନ୍ ଫ୍ଲୁର ମାମଲା ମଧ୍ୟ ଚୀନରେ ଦେଖିବାକୁ ମିଳିଛି । ଏହି ସବୁ ଭାଇରସ୍ ମିଶି ଭୟଙ୍କର ଭାଇରସ୍ ଷ୍ଟ୍ରେନ ସୃଷ୍ଟି କରିପାରନ୍ତି ବୋଲି କହିଛନ୍ତି କେଟ୍ ।

ବୈଜ୍ଞାନିକ କେଟ୍ ବ୍ଲେସଜୈକଙ୍କ ଅନୁଯାୟୀ, ଚୀନରେ ଥିବା ସ୍ୱାଇନ୍ ଫ୍ଲୁ ଭାଇରସ୍ ମଣିଷର ଗଳା ସହିତ ଶ୍ୱାସକ୍ରିୟା ପ୍ରକ୍ରିୟାକୁ ବନ୍ଦ କରିବାର କ୍ଷମତା ରଖିଛି । ୧୫ ବର୍ଷ ଭିତରେ ଚୀନ ଯେଉଁପରି ଭାବରେ ଚାଷ କାର୍ଯ୍ୟରେ ଦ୍ରୁତ ଗତିରେ ପରିବର୍ତ୍ତନ ଆଣୁଛି । ପାରମ୍ପରିକ ଚାଷ ଛାଡ଼ି ଆକ୍ରାମଣତ୍ମକ ଚାଷ କରାଯାଉଛି । ଯେଉଁଥିରେ କୌଣସି ନିୟମର ପାଳନ କରାଯାଉନାହିଁ ।

ବହୁତ ଛୋଟ ସ୍ଥାନରେ ବଡ଼ ପରିମାଣରେ ପକ୍ଷୀ(କୁକୁଡ଼ା)ଙ୍କୁ ରଖାଯାଉଛି । ଯେଉଁଥିପାଇଁ ସେମାନଙ୍କୁ ଇମ୍ୟୁନିଟି ସିଷ୍ଟମ ଖରାପ ହେଇ ଯାଉଛି । ଏଭଳି ସ୍ଥିତିରେ ଭାଇରସର ନୂଆ ମ୍ୟୁଟେସନ ତିଆରି ହୋଇପାରେ କିମ୍ବା ଏଥିରୁ ନୂଆ ଭାଇରସର ସୃଷ୍ଟି ହୋଇପାରେ । ଏଥିସହ ଫାର୍ମରୁ ବାହାରୁଥିବା ବର୍ଜ୍ୟବସ୍ତୁ ମଣିଷ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି କୁହାଯାଇଛି ।

ଦୁନିଆରେ ଘୁଷୁରୀ ମାଂସର ବଡ଼ ଉତ୍ପାଦକ ହେଉଛି ଚୀନ । ଯେତେବେଳେ କି ଚୀନ ଦୁନିଆରେ ଚିକେନ ବା ବ୍ରୟଲର ମାଂସ ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ରହିଛି । ଏବେ ଦୁନିଆରେ ବ୍ୟାପିଥିବା କରୋନା ଭାଇରସ୍ ଚୀନର ବୁହାନ ମାଂସ ମାର୍କେଟରୁ ବ୍ୟାପିଥିବା ଦାବି କରାଯାଉଥିଛି । ଏତିକିବେଳେ ବୈଜ୍ଞାନିକଙ୍କ ଏଭଳି ଖୁଲାସା ବିଶ୍ୱ ପାଇଁ ଚୀନ ଆଉ ଏକ ଭାଇରସ୍ ବିପଦ ଆଣୁଥିବା ଚର୍ଚ୍ଚା ହେଲାଣି ।

Leave a Reply