ପ୍ରଥମ କରୋନା ଭ୍ୟାକ୍ସିନ୍‌, ଶହେ ଲୋକଙ୍କ ଉପରେ ପରୀକ୍ଷା ହେଲା ! ଜାଣନ୍ତୁ କ’ଣ ଆସିଲା ଫଳାଫଳ…

1 min read

ଚାଇନାରେ ପ୍ରସ୍ତୁତ କରୋନା ଭାଇରସ୍‌ର ଏକ ଭ୍ୟାକ୍ସିନ୍‌ ଭୂତାଣୁକୁ ନଷ୍ଟ କରିବାରେ ସଫଳ ହେଉଥିବା ଜଣାପଡ଼ିଛି । ଏହି ନୂଆ ଭ୍ୟାକ୍ସିନ୍‌ ପ୍ରାୟ ୧୦୮ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରାଯାଇଛି । ଏହି ପରୀକ୍ଷାରୁ ଜଣାପଡ଼ିଛି ଯେ, ଭ୍ୟାକ୍ସିନ୍‌ ଭୂତାଣୁକୁ ନଷ୍ଟ କରିବାେରେ ସହଯୋଗ କରୁଛି ।

ଚାଇନାର ଭ୍ୟାକ୍ସିନ୍‌ ପରୀକ୍ଷା ବିଷୟରେ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ଅନୁସନ୍ଧାନକାରୀମାନେ ଅନେକ ଲ୍ୟାବ୍‌ରେ ଏହି ଭ୍ୟାକ୍ସିନ୍‌କୁ ନେଇ ଅଧ୍ୟୟନ କରିଥିଲେ ।

ଚାଇନାର Ad5 ଭ୍ୟାକ୍ସିନ୍‌ କାନସିନୋ କମ୍ପାନୀ ପ୍ରସ୍ତୁତ କରିଛି । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକ୍ସିନ୍‌ ଏବଂ ଆମେରିକୀୟ କମ୍ପାନୀ ମୋଡର୍ନାର ଭ୍ୟାକ୍ସିନ୍‌ ଠାରୁ ଅଧିକ ପ୍ରଭାବଶଳୀ ବୋଲି କୁହାଯାଉଛି । ଚଳିତ ବର୍ଷ ଆରମ୍ଭରୁ ହିଁ, ଚାଇନା ଭ୍ୟାକ୍ସିନ୍‌ର ମନୁଷ୍ୟ ଉପରେ ପରୀକ୍ଷା ଆରମ୍ଭ ହୋଇଯାଇଥିଲା ।

ତେବେ ଚାଇନା ଭ୍ୟାକ୍ସିନ୍‌ର କିଛି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଇଛି । ଯେଉଁ ଆକ୍ରାନ୍ତଙ୍କ ଉପରେ ଏହି ଭ୍ୟାକ୍ସିନ୍‌ ପରୀକ୍ଷା କରାଯାଇଥିଲା ସେମାନଙ୍କୁ ଜ୍ୱର ଓ ଯନ୍ତ୍ରଣା ହେଉଥିବା ଅନୁଭବ ହୋଇଥିଲା । କିନ୍ତୁ ସେମାନେ ଏକ ମାସ ମଧ୍ୟରେ ସୁସ୍ଥ ହୋଇଥିଲେ । ଏହି ଭ୍ୟାକ୍ସିନ୍‌ ଦ୍ୱାରା କୌଣସି ବଡ଼ ବିପଦ ନଥିବା ସ୍ପଷ୍ଟ ହୋଇଛି ।

ଅଧ୍ୟୟନରୁ ଜଣାପଡିଛି ଯେ, ମଣିଷ ଶରୀରରେ ଭ୍ୟାକ୍ସିନ୍‌ ପ୍ରୟୋଗ କରାଯିବାର ପ୍ରାୟ ୨୮ ଦିନ ପରେ ବ୍ୟକ୍ତିଙ୍କ ଶରୀରରେ ଇମ୍ୟୁନ୍ ରେସ୍‌ପନ୍‌ସ ସର୍ବାଧିକ ଥିଲା । ଏହି ସମୟରେ ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୧୦୦ ଟି ବୈଜ୍ଞାନିକ ଟିମ୍‌ କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି । Pfizer, BioNTech ଏବଂ CanSino ଭଳି କମ୍ପାନୀ କରୋନା ଭ୍ୟାକ୍ସିନ୍‌ର ମାନବ ପରୀକ୍ଷଣ ଆରମ୍ଭ କରିସାରିଛନ୍ତି ।

Leave a Reply