ସିନ୍ଦୂର ପାଇଁ ସାଏ ସାଜିଥିଲେ ସଇତାନ୍, ହତ୍ୟା ପରେ ଦେଇଥିଲେ ଦୁର୍ଘଟଣାର ରୂପ

ଭୁବନେଶ୍ୱର: ଖୋଲିଲା ସାଏ ସଇତାନ୍‌ ପାପ ପେଡ଼ି । କେମିତି ଓ କାହିଁକି କରିଥିଲେ ହତ୍ୟା ଷଡ଼ଯନ୍ତ୍ର, ରାୟଗଡ଼ ଏସ୍‌ପି କଲେ ଖୁଲାସା । ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ । ୨୦୦୫ରେ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେଇଥିଲେ । ସେବେଠାରୁ ତାଙ୍କ ସହିତ ସମ୍ପର୍କରେ ଥିଲେ ଅନୁପ । ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଲିଭ୍‌ ଇନ୍‌ରେ ରହୁଥିଲେ । ହତ୍ୟା ପୂର୍ବ ଦିନ ଓଡ଼ିଶାର ଏକ ହୋଟେଲ୍‌ରେ ଥିଲେ । ବିବାହ ଯୋଗୁଁ କଳ୍ପନା ଚାପ ପକାଇବାରୁ ତାଙ୍କୁ ହତ୍ୟା କରିଥିବା ଅନୁପ କହିଛନ୍ତି ।ରାୟଗଡ଼ରେ ବିବାହ କରିବାକୁ କହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ । ରାସ୍ତାରେ ଲୁହା ରଡ୍‌ରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲେ ଅନୁପ ସାଏ । ହତ୍ୟା କରିବା ପରେ ବୋଲେରୋ ଚପାଇ ଦେଇଥିଲେ । ଓଡ଼ିଶା ସୀମାନ୍ତରୁ ଉଦ୍ଧାର ମୃତଦେହ ଚିହ୍ନଟ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ପ୍ରାୟ ବର୍ଷକ ପରେ ୨ ମୃତଦେହକୁ ଚିହ୍ନଟ କରାଯାଇଥିଲା । ମୃତକଙ୍କ କଲ୍‌ ଡିଟେଲ୍ସ ଯାଞ୍ଚ ପରେ ଅନୁପଙ୍କ ଉପରେ ସନ୍ଦେହ ହୋଇଥିଲା । ପ୍ରାୟ ୬ ମାସ ଧରି ଅନୁପଙ୍କ ଉପରେ ନଜର ରଖାଯାଇଥିଲା ।ପୋଲିସ ନୋଟିସ୍‌ ସତ୍ତ୍ୱେ ହାଜର ହୋଇନଥିଲେ ଅନୁପ ସାଏ । ଏପରିକି ଜେରା ସମୟରେ ପ୍ରଥମେ ମୃତକଙ୍କୁ ଚିହ୍ନି ନଥିବା କହିଥିଲେ । ତେବେ ଶେଷରେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ଅନୁପ ସାଏ । ଘଟଣାରେ ୬ ରାଜ୍ୟର ୭ଶହ ଲୋକଙ୍କୁ ପଚରାଉଚରା କରାଯାଇଛି । ମୃତ ମାଆ, ଝିଅଙ୍କ ଡିଏନ୍‌ଏ ଟେଷ୍ଟ କରାଯାଇଥିଲା । ଅନୁପ ସାଏଙ୍କ ନର୍କୋ ଟେଷ୍ଟ କରାଗଲେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଛତିଶଗଡ଼ ପୋଲିସ କହିଛି ।

ଅନୁପ ସାଏଙ୍କୁ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Reply