ସିବିଆଇ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ୩ ସ୍ଥାନରେ ରେଡ୍

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ, ନୋଏଡା ଓ ଦିଲ୍ଲୀର ସିବିଆଇ ଅଧିକାରୀଙ୍କ ଘରେ ଅଚାନକ ରେଡ୍ କରିଛି ସିବିଆଇ ଟିମ୍ । ସିବିଆଇର ଏଭଳି ହଠାତ୍ ରେଡ୍ ସମସ୍ତଙ୍କୁ ଚକିତ କରି ଦେଇଛି ।

ସୂଚନା ଅନୁସାରେ ଗାଜିଆବାଦରେ ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ଏହି ଚଢାଉ ହୋଇଥିବା ଖବର ମିଳିଛି । ଏହି ଅଧିକାରୀଙ୍କ ନାମ ଋଷି ବୋଲି ଜଣାପଡିଥିବା ବେଳେ ତାଙ୍କର ଗାଜିଆବାଦ ସ୍ଥିତ ଫ୍ଲାଟକୁ ଚାରିପଟୁ ସିବିଆଇ ଘେରି ରହିଥିଲା।

ଖାଲି ଏତିକି ନୁହେଁ ଦିଲ୍ଲୀ ଏବଂ ନୋଏଡାରେ ମଧ୍ୟ ସିବିଆଇର ଅନ୍ୟ ଅଧିକାରୀ ମାନେ ଚଢାଉ କରିଥିଲେ । ସମ୍ପୃକ୍ତ ଅଧିକାରୀ ଜଣକ ସିବିଆଇ ଏକାଡେମୀ ଗାଜିଆବାଦରେ ଡିଏସପି ଭାବରେ ମୁତୟନ ଥିଲେ ।

ତେବେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ଅଭିଯୋଗ ପରେ ସିବିଆଇ ଟିମ୍ କୗେଶମ୍ବୀ ଅଞ୍ଚଳ ସ୍ଥିତ  ଘରେ ପହଞ୍ଚିଥିଲେ। ଏହି ଟିମ୍ ପକ୍ଷରୁ ଶିବଲିକ୍ ଟାୱାର ସ୍ଥିତ ଫ୍ଲାଟରେ ସକାଳ ୮ଟା ୩୦ମି.ରେ ରେଡ୍ କରାଯାଇଥିଲା । ଟିମରେ ପ୍ରାୟ ୧୨ ଜଣ ସାମିଲ ରହିଥିଲେ ।

 

Leave a Reply