ସୁଶାନ୍ତ ମୃତ୍ୟୁ ମାମଲାରେ ନୂଆ ମୋଡ : ମ୍ୟାନେଜର ଦିଶାଙ୍କ ମୃତ୍ୟୁ ରହସ୍ୟ ଖୋଜିବ ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ସିବିଆଇ ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁ ମଧ୍ୟରେ କିଛି ସଂଯୋଗ ରହିଛି କି ନାହିଁ ଏହାକୁ ନେଇ ତଦନ୍ତ କରିବ । ଏହା ବାବଦରେ ସିବିଆଇ ଦିଶାଙ୍କ କର୍ମଚାରୀ ବଣ୍ଟି ସଜଦେହଙ୍କୁ ପଚରାଉଚରା କରିବ ।

ଆଜି ତୃତୀୟ ଦିନ ପାଇଁ ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି ସିବିଆଇ । କିନ୍ତୁ ରିୟାଙ୍କ ମା’ଙ୍କୁ ଆଜି ପଚରାଉଚରା କରାଯିବ ନାହିଁ । ତେବେ ଶୌଭିକଙ୍କର ଡ୍ରଗ୍ସ ପ୍ୟାଡଲରଙ୍କ ସହିତ କନେକ୍ସନ ଥିବା ଖବର ଗତକାଲି ସାମ୍ନାକୁ ଆସିଛି । ପଚରାଉଚରା ପରେ ଡ୍ରଗ୍ସ ପ୍ୟାଡଲର ଜେଦକୁ ଗିରଫ କରାଯାଇଛି ।

ସୂଚନା ମୁତାବକ ଦିଶା ସାଲିୟାନଙ୍କ ମୃତ୍ୟୁ ସୁଶାନ୍ତଙ୍କ ମୃତ୍ୟୁର ୮ ଦିନ ପୂର୍ବରୁ ଅର୍ଥାତ ୮ ଜୁନକୁ ହୋଇଥିଲା । ସେ ୧୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଯାହାପରେ ଦୁଇଜଣଙ୍କ ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଭାବୁଛନ୍ତି ସୁଶାନ୍ତଙ୍କ କୋଟି କୋଟି ପ୍ରଶଂସକ । ଏବେ ସିବିଆଇ ମଧ୍ୟ ଏହି ଦିଗରେ ତଦନ୍ତ ଆରମ୍ଭ କରିବ ।

Leave a Reply