ତାଜା ଖବର ରାଜଧାନୀରେ ସେକ୍ସ ରାକେଟ ଠାବ । ୨ ଦଲାଲଙ୍କ ସେମତ ୪ ଗ୍ରାହକଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ୬ ବଙ୍ଗୀୟ ଯୁବତୀ ଉଦ୍ଧାର, ଏମ୍ସ ନଗରର ଏକ ହୋଟେଲରେ ଚାଲିଥିଲା ଦେହ କାରବାର । ଟଙ୍କା ଓ ଆପତ୍ତି ଜନକ ସାମଗ୍ରୀ ଜବତ, ମାଷ୍ଟର ମାଇଣ୍ଡ ଫେରାର । December 1, 2019
ତାଜା ଖବର ନୂଆଦିଲ୍ଲୀ: ତୁର୍କୀରୁ ୧୧୦୦୦ ମେଗା ଟନ୍ ପିଆଜ ଆମଦାନୀ । ଜାନୁଆରୀ ପହିଲାରେ ପହଞ୍ଚିବ । ଇଜିପ୍ଟରୁ ୧୭୦୯୦ ମେଗା ଟନ୍ ପିଆଜ ଆମଦାନୀ । ଡିସେମ୍ବର ୧୫ ସୁଦ୍ଧା ପହଞ୍ଚିବ ପିଆଜ । ଉପଭୋକ୍ତା ମନ୍ତ୍ରାଳୟ ପକ୍ଷରୁ ସୂଚନା । December 1, 2019
ତାଜା ଖବର ଜମ୍ମୁ କଶ୍ମୀର: ପୁଞ୍ଚ୍ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । December 1, 2019
ତାଜା ଖବର କୋଣାର୍କ: ଚନ୍ଦ୍ରଭାଗାରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଉଦଘାଟିତ । ଉଦଘାଟନ କଲେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କ୍ରୀଡା ମନ୍ତ୍ରୀ ତୁଷାରିକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ । ୫ ଦିନବ୍ୟାପୀ ଅନୁଷ୍ଠିତ ହେବ ବାଲୁକା କଳା । December 1, 2019
ତାଜା ଖବର କରଞ୍ଜିଆ: ଦୁଧିଆପାଣି ରେଞ୍ଜରେ ୨୨ ଟିକିଆ ହାତୀପଲର ଉପଦ୍ରବ । କୁରୁଳିଆ ନିକଟ ଜଙ୍ଗଲରେ ଯୁବତୀଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଲା ହାତୀ । ବଜାରରୁ ଫେରୁଥିବା ବାପ, ଝିଅ ଫେରୁଥିବା ବେଳେ ହାତୀ ଆକ୍ରମଣ । ଅଳ୍ପକେ ବର୍ତ୍ତିଲେ ବାପା । ଗୁରୁତର ଯୁବତୀ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି । December 1, 2019
ତାଜା ଖବର ଭୁବନେଶ୍ୱର: ପଚାରିଥିବା ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରାସ୍ତାଟି କେନ୍ଦ୍ରୀୟ ଓଡ଼ିଶାର ସୋନପୁର-ବୌଦ୍ଧ ରାସ୍ତାର । ସଠିକ୍ ଉତ୍ତର ଓ ପ୍ରୟାସ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । December 1, 2019
ତାଜା ଖବର ମୟୂରଭଞ୍ଜ: ରାଇରଙ୍ଗପୁର କଲେଜ ଅଧ୍ୟପିକାଙ୍କ ଆତ୍ମହତ୍ୟା ଘଟଣା । ରାଇରଙ୍ଗପୁର ଓ ଝାରପୋଖରିଆ ଥାନାରେ ୨ଟି ପୃଥକ ମାମଲା ରୁଜୁ । ୬ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗିରଫ । ତଦନ୍ତ ଜାରିଥିବା ପ୍ରେସମିଟରେ ସୂଚନା ଦେଲେ ମୟୂରଭଞ୍ଜ ଏସପି । December 1, 2019
ତାଜା ଖବର ହାଇଦ୍ରାବାଦ: ପଶୁ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ଜାଳିଦେବା ମାମଲା । ତୁରନ୍ତ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଫାଷ୍ଟ ଟ୍ରାକରେ କୋର୍ଟରେ ବିଚାର ପାଇଁ ନିର୍ଦ୍ଦେଶ ଦେଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ । December 1, 2019
ତାଜା ଖବର ପୁରୀ କୋଣାର୍କ ମହୋତ୍ସବ ଉଦ୍ଘାଟିତ, ମହୋତ୍ସବକୁ ଉଦ୍ଘାଟନ କଲେ ରାଜ୍ୟପାଳ ପ୍ରଫେସର ଗଣଣେଶୀ ଲାଲ । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ଉପସ୍ଥିତ । December 1, 2019
ତାଜା ଖବର ସାଲେପୁର: ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ । ମୃତ ଚାଷୀ ଗଗନ ବିହାରୀ ମଲ୍ଲିକ । କ୍ଷତିପୂରଣ ଦାବି କରି କୁଳିଆ ବଜାରରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କଲେ ଗ୍ରାମବାସୀ । December 1, 2019