ବାହାରେ ବୁଲୁଛନ୍ତି ‘ମୁଁ ଲୋକଙ୍କ ଶତ୍ରୁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଅପିଲ୍ ସତ୍ତ୍ୱେ ମାନୁନାହାନ୍ତି ଲୋକ । ଲକ ଡାଉନ୍ କଟକଣାକୁ ଖାତିର ନକରି ବାହାରେ ବୁଲୁଛନ୍ତି । ଏମିତି ଅମାନିଆଙ୍କୁ ବିଚ୍ ରାସ୍ତାରେ ଧରି ସାବାଡ୍ କରିଛି କମିଶନରେଟ୍ ପୋଲିସ୍ । ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟକୁ ମରଣ ମୁହଁକୁ ଠେଲୁଥିବା ଏହିଭଳି କିଛି ଅମାନିଆ ଯୁବକ ଓ ବ୍ୟକ୍ତିଙ୍କୁ ପଟିଆ କିଟ୍ ଅଞ୍ଚଳରୁ ପୋଲିସ ଧରିଛି । ହାତରେ ‘ମୁଁ ଲୋକଙ୍କ ଶତ୍ରୁ’ ଲେଖାଥିବା କାର୍ଡ ଧରାଇଛି ।

କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ରହିଛି । ଦେଶରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଛି । ଓଡ଼ିଶାରେ ୨ ଆକ୍ରାନ୍ତ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ମହାମାରୀ କରୋନା ତାର କାୟା ମେଲାଇ ଚାଲିଥିବା ବେଳେ ସଂକ୍ରମଣ ରୋକିବାକୁ ସରକାର ପଦକ୍ଷେପ ନେଇ ଦେଶକୁ ଲକ୍ ଡାଉନ୍ କରିଛନ୍ତି । ଅତ୍ୟାବଶ୍ୟକ ଜିନିଷ ଓ ମେଡିକାଲ ଛଡ଼ା ଅନ୍ୟ କୌଣସି କାମରେ ଘରୁ ବାହାରିବାକୁ ମନା କରିଛନ୍ତି ।

କିନ୍ତୁ, କିଛି ଲୋକ ନିଜ ଜୀବନକୁ ବିପନ୍ନ କରିବା ସହ ଅନ୍ୟମାନଙ୍କୁ ବିପଦମୁହଁକୁ ଟାଣୁଛନ୍ତି । ସକାଳେ ବାଣୀବିହାରରେ କୌଣସି କାମ ନଥାଇ ବୁଲୁଥିବା ୪ ଯୁବକଙ୍କୁ ପୋଲିସ ଧରି ବସ୍ ଉଠ କରାଇଥିଲା । ତଥାପି ଲୋକ ସୁଧୁରୁନାହାନ୍ତି ।

ନିୟମ ଉଲ୍ଲଘଂନକାରୀଙ୍କୁ କିଛି ଏଭଳି ଦଣ୍ଡ ଦେଲା ପୋଲିସ: ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

Leave a Reply