ସୀମାରେ ଆତଙ୍କୀ ସୁଡଙ୍ଗ, ପାକ୍ ଷଡଯନ୍ତ୍ରର ଫର୍ଦ୍ଦାଫାସ

ନୂଆଦିଲ୍ଲୀ: ପାକିସ୍ତାନର ଆଉଏକ ଷଡଯନ୍ତ୍ରର ଫର୍ଦ୍ଦାଫାସ କରିଛି ଭାରତୀୟ ସେନା । ଜମ୍ମୁ କାଶ୍ମୀର ଅନ୍ତ୍ରରାଷ୍ଟ୍ରୀୟ ସୀମା କଠୁଆ ନିକଟରେ ଏକ ସୁଡଙ୍ଗର ମିଳିଛି ସନ୍ଧାନ । ଏହି ସୁଡଙ୍କ ଦେଇ ପାକିସ୍ତାନ ପଟରୁ ଆତଙ୍କବାଦୀ ଆସିବାର ଯୋଜନା କରିଥିଲେ । ତେବେ ଏହା ପୂର୍ବରୁ ପର୍ଦ୍ଦାଫାସ କରିଛି ଭାରତୀୟ ସେନା । ବିଏସଏଫର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ଏହି ସୁଡଙ୍ଗକୁ ଯାଞ୍ଚ କରିଛନ୍ତି ।

ସୁଡଙ୍ଗର ଲମ୍ବା ୧୫୦ ମିଟର ରହିଛି । ଏହାସହ ସୁଡଙ୍ଗ ଭିତରେ ସିମେଣ୍ଟ ଅଖା ଜବତ ହୋଇଛି । ଏହି ସିମେଣ୍ଟ ପାକିସ୍ତାନର କରାଚୀରେ ତିଆରି ହୁଏ । ପାକିସ୍ତାନ ପୋଷ୍ଟର ସାମ୍ନାରୁ ସୁଡଙ୍ଗ ଖୋଳାଯାଇଥିବା ଅନୁମାନ କରାଯାଉଛି । ଏହାପୂର୍ବରୁ ଅଗଷ୍ଟ ମାସରେ ସାମ୍ବାର ସୀମାବର୍ତ୍ତୀ ଗାଁରେ ଏକ ସୁଡଙ୍ଗ ଦେଖିବାକୁ ମିଳିଥିଲା । ସେହି ସୁଡଙ୍କରୁ ମଧ୍ୟ ପାକିସ୍ତାନ କମ୍ପାନୀର ନାମ ଥିବା କିଛି ଅଖା ଜବତ କରାଯାଇଥିଲା ।

Leave a Reply