ବ୍ୟାପୁଛି କରୋନା ସଂକ୍ରମଣ, ଲଣ୍ଡନରେ କଟକଣା ଲାଗୁ

ଲଣ୍ଡନ: ଲଣ୍ଡନରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବୁଧବାର ଦିନ ଲକ୍‌ଡାଉନ୍‌ ଭଳି କଟକଣା ଲାଗୁ କରାଯାଇଛି।

ବ୍ରିଟେନରେ କରୋନା ପ୍ରକୋପ କମିନଥିବା ବେଳେ କୋଭିଡ୍‌ର ଆଉ ଏକ ଷ୍ଟ୍ରେନ୍ ନେଇ ହାଇଆଲର୍ଟ ଜାରି କରାଯାଇଛି।  ଏହି ଭାଇରସ କରୋନାର ଅନ୍ୟ ରୂପଠୁ ଅଧିକ ଶକ୍ତିଶାଳୀ । ଖୁବ୍ କମ୍ ସମୟରେ ଏକାଧିକ ଲୋକଙ୍କୁ ଏହା ସଂକ୍ରମିତ କରୁଛି ବୋଲି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ୍ ହେନକକ୍ ଚେତାବନୀ ଦେଇଛନ୍ତି। ଭାଇରସର ଭୟାବହତାକୁ ନଜରରେ ରଖି ପୁଣି ବ୍ରିଟେନ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି।

57 Trainee IAS Officer OF Lal Bahadur Shastri National Academy of Administration Tested Corona Positive

ବୈଜ୍ଞାନିକମାନେ କରୋନାର ଏହି ନୂଆରୂପ ବ୍ୟାପୁଥିବା ଜାଣିବା ପରେ ସରକାରଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି।  ଦକ୍ଷିଣ ଇଂଲଣ୍ଡରେ ଏଭଳି ମାମଲା ହଜାରେରୁ ଅଧିକ ଦେଖିବାକୁ ମିଳିଛି।

ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ଥିତି ଉପରେ ନଜରରେ ରଖିଛି । କେବଳ ବ୍ରିଟେନ ନୁହଁ, ଅନ୍ୟ କିଛି ଦେଶରେ ମଧ୍ୟ କରୋନାର ଏହି ନୂଆରୂପ ଦେଖିବାକୁ ମିଳିଛି । କରୋନାର ବିଭିନ୍ନ ରୂପ ଭିତରୁ ଏହି ରୂପ ବା ପ୍ରକାର ଅତି ସାଂଘାତିକ ବୋଲି ବିଶେଷଜ୍ଞ କହିଛନ୍ତି ।

ତେବେ ଦେଶରେ ଫାଇଜର ପକ୍ଷରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଭାଇରସର ନୂଆରୂପ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Leave a Reply