ଏହି ବଲିଉଡ ଗାୟିକାଙ୍କ କରୋନା ରିପୋର୍ଟ ପଜିଟିଭ୍, ଲଣ୍ଡନରୁ ଆସି ଲୁଚାଇଥିଲେ… ଫାଇଫ୍ ଷ୍ଟାର ହୋଟେଲରେ ଦେଇଥିଲେ ପାର୍ଟି !

ମୁମ୍ବାଇ: କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛି ସତ କିନ୍ତୁ ଲୋକେ ସତର୍କ ରହିବା ଏପର୍ଯ୍ୟନ୍ତ ଶିଖି ପାରିଲେ ନାହିଁ । ବଲିଉଡର ପ୍ରାୟ ସମସ୍ତ ସେଲିବ୍ରିଟି ନିଜ ନିଜ ଷ୍ଟାଇଲରେ କରୋନାକୁ ଏଡାଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏମିତି ବି କିଛି ଅଛନ୍ତି ଯେଉଁମାନଙ୍କ ପାଇଁ ବାକି ଲୋକଙ୍କ ଜୀବନ ବାଜିରେ ଲାଗୁଛି ।  ନିକଟରେ ସେହିିଭଳି ଜଣେ ବଲିଉଡ ଗାୟିକାଙ୍କ ଦାୟିତ୍ୱହୀନତା ଦେଖିବାକୁ ମିଳିଛି । ଏହି ଗାୟୀକା ଜଣକ ବିଦେଶରୁ ଫେରିଲେ,ଏୟାରପୋର୍ଟରେ କିନ୍ତୁ ଯାଂଚ ନକରି ଚମ୍ପଟ୍ ମାରିଲେ । ଆଉ ଏବେ ଜଣା ପଡୁଛି କରୋନା ପଜିଟିଭ୍ ଏହି ଗାୟୀକାଙ୍କ ପାଇଁ ଆହୁରି କିଛି କରୋନା ଦ୍ୱାରା ପ୍ରଭାବିତ ହୋଇଥାଇ ପାରନ୍ତି ।

ଏହି ଦାୟିତ୍ୱହୀନ ଗାୟୀକା ହେଉଛନ୍ତି କନିକା କପୁର । ଆଉ ସେ କରୋନା ଦ୍ୱାରା ପ୍ରଭାବିତ ବୋଲି ଜଣା ପଡିଛି । କନିକା କପୁର ବଲିଉଡର ଜଣେ ଚର୍ଚ୍ଚିତ ଗାୟିକା ଏବଂ ସେ ରବିବାର ଲଣ୍ଡନରୁ ଫେରିଛନ୍ତି। ବୋବି ଡଲ ଗୀତ ଗାଇବା ପରେ ସେ ଖୁବ ଚର୍ଚ୍ଚାରେ ଥିଲେ । ଏବେ ତାଙ୍କୁ ଲକ୍ଷ୍ନୋ ୱାର୍ଡରେ ରଖାଯାଇଛି। ସେ କିଛି ଦିନ ପୂର୍ବରୁ ଲଣ୍ଡନରୁ ଫେରିଥିଲେ। ସେ କରୋନାଭାଇରସରେ ପୀଡିତ ଥିବା ନେଇ ଲୁଚାଇ ରଖିଥିଲେ। ବିମାନବନ୍ଦରରେ ଥିବା ବାଥରୁମରେ ଲୁଚି ଅଧିକାରୀଙ୍କଠାରୁ ରକ୍ଷା ପାଇ ବାହାରକୁ ଆସିଥିଲେ। କେବଳ ସେତିକି ନୁହେଁ, ସେ ସହରର ଏକ ବଡ ହୋଟେଲରେ ରହି ସେଠାରେ ଏକ ଗ୍ରାଣ୍ଡ ପାର୍ଟି ମଧ୍ୟ ଦେଇଥିଲେ।

ଗୋଟେଆଡେ ସରକାର ସାଧାରଣ ନାଗରିକଙ୍କ ମଧ୍ୟରେ କରୋନା ନେଇ ସଚେତନତା ଆଣିବାକୁ ଚେଷ୍ଟା କରୁଛନ୍ତି ଏବଂ ସଜାଗ ରହିବାକୁ ପରାମର୍ଶ ଦେଉଛନ୍ତି ଅନ୍ୟପଟେ ଜଣେ ସେଲିବ୍ରିଟି ଏଭଳି ଦାୟିତ୍ୱହୀନ କାର୍ଯ୍ୟ କରିଛନ୍ତି । ଲକ୍ଷ୍ନୋରେ ଏବେ ୯ ଟି କରୋନା ସକରାତ୍ମକ ମାମଲା ସାମନାକୁ ଆସିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଘରୁ ବାହାରିବାକୁ ମନା କରିଛନ୍ତି । ଅଧିକାଂଶ ଲୋକେ ଘରୁ ରହି ମଧ୍ୟ କାମ କରୁଛନ୍ତି । ଲୋକଙ୍କ ସହ ଯୋଗାଯୋଗ କମ କରିବାକୁ, ସାମାଜିକ ସ୍ଥାନରେ ଏକାଠି ନରହିବାକୁ ମଧ୍ୟ ନିବେଦନ କରିଛନ୍ତି। ଏବଂ ଯାହାର ସ୍ୱାସ୍ଥ୍ୟବସ୍ଥାରେ କୌଣସି ଅସୁବିଧା ହେଉଛି ଯେମିତିକି ଜ୍ୱର, ଥଣ୍ଡା, କାଶ ତାଙ୍କୁ ଡାକ୍ତର ପରାମର୍ଶ କରିବାକୁ ମଧ୍ୟ କୁହାଯାଇଛି ।

 

Leave a Reply