ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି କାହିଁକି ଭାବୁଛନ୍ତି କଙ୍ଗନା ?

1 min read
Bollywood News, Sushant Singh rajput sucide kangana ranaut angry bollywood nepotism says this video

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି । ପୁରା ବଲିଉଡ୍‌ ଜଗତକୁ ସ୍ତବ୍ଧ କରି ଦେଇଛି ସୁଶାନ୍ତଙ୍କ ମୃତ୍ୟୁ । ସତେ ଯେମିତି ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ୟାରିୟରର ପିକ୍‌ ପଏଣ୍ଟରେ ଥିବା ବେଳେ ସେ ଏଭଳି ନିଷ୍ପତ୍ତି କାହିଁକି ନେଲେ ସେନେଇ ସମସ୍ତଙ୍କ ମନରେ ସନ୍ଦେହ । ତେବେ ଏଭଳି ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଛନ୍ତି ବଲିଉଡ୍‌ କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା ରାଣାଓ୍ୱତ୍‌ ।

କଙ୍ଗନା କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ! ବଲିଉଡ୍‌ରେ ତାଙ୍କର କେହି ଗଡ୍‌ଫାଦର ନାହାନ୍ତି, ତାଙ୍କ କାମକୁ କେହି ପ୍ରୋତ୍ସାହିତ କରୁନଥିଲେ । ସେ ବାରମ୍ବାର ନିଜ ପୋଷ୍ଟରେ ଲେଖୁଥିଲେ ଯେ, ତାଙ୍କ ଫିଲ୍ମୁ ଲୋକମାନେ ଦେଖନ୍ତୁ, ଯଦି ନଦେଖିବେ ତେବେ ତାଙ୍କୁ ବଲିଉଡ୍‌ରୁ ବିଦା କରିଦିଆଯିବ । ବଲିଉଡ୍‌ରେ ସେ ଯେତେ ଭଲ କାମ କଲେ ବି ତାଙ୍କୁ ପ୍ରୋତ୍ସାହନ ଦିଆଯାଉ ନଥିଲା ବୋଲି କହିଛନ୍ତି କଙ୍ଗନା ।

ଏନେଇ କଙ୍ଗନା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଛନ୍ତି, ଏବଂ ସେଥିରେ ବଲିଉଡ୍‌ ଉପରେ ବର୍ଷିଛନ୍ତି । ସେ ଭିଡିଓରେ ନିଜ ଉପରେ ହୋଇଥିବା ଅତ୍ୟାଚାର କଥା ମଧ୍ୟ କହିଛନ୍ତି । ବଲିଉଡ୍‌ରେ ତାଙ୍କ ଫିଲ୍ମ ସୁପର୍‌ହିଟ୍‌ ହେଉଥିଲେ ମଧ୍ୟ ସେଗୁଡ଼ିକୁ ଫ୍ଲପ୍‌ର ଆଖ୍ୟା ଦିଆଯାଉଛି । କାହିଁକି ଏଭଳି କରାଯାଉଛି ବୋଲି କଙ୍ଗନା ଭିଡିଓ ମାଧ୍ୟମରେ ପ୍ରଶ୍ନ କରିଛନ୍ତି ।

ସୁଶାନ୍ତଙ୍କ ଫିଲ୍ମ କ୍ୟାରିୟର କଥା ମଧ୍ୟ କହିଛନ୍ତି ଯେ, ଛିଛୋରେ ବହୁତ ଭଲ ଫିଲ୍ମ ଥିଲା ହେଲେ ସେଥିପାଇଁ ସୁଶାନ୍ତଙ୍କୁ ପ୍ରଶଂସା ଦିଆଯାଇନଥିଲା । ଏଭଳି ଅନେକ ଫିଲ୍ମ ରହିଛି ଯେଉଁଥିରେ ସୁଶାନ୍ତୁଙ୍କୁ ଯେତିକି ପ୍ରୋତ୍ସାହନ ମିଳିବା କଥା ମିଳି ନାହିଁ । ଗଲି ବୟ ଭଳି ଗୋଟିଏ ଅତି ଖରାପ ଫିଲ୍ମକୁ ଆଓ୍ୱାର୍ଡ ଦିଆଗଲା ହେଲେ ଛିଛୋରେକୁ ସେହିଭଳି କିଛି ପ୍ରଶଂସା କରାଗଲା ନାହିଁ ।

ତେବେ କେବଳ କଙ୍ଗନା ନୁହଁନ୍ତି ବରଂ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି କଥାକୁ ବିଶ୍ୱାସ କରନ୍ତି ଯେ, ସୁଶାନ୍ତଙ୍କୁ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଫୁଲ୍‌ ସପୋର୍ଟ ମିଳୁନଥିଲା । ତେଣୁ ସେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ।

ଅନ୍ୟପଟେ କିଛି ଲୋକ କହୁଛନ୍ତି ଯେ, ସୁଶାନ୍ତ ଦୁର୍ବଳ ମାନସିକତାର ବ୍ୟକ୍ତି ଥିଲେ ତେଣୁ ଚାପ ସହି ନପାରି ସେ ଆତ୍ମହତ୍ୟା କରିଛନ୍ତି । ଏଭଳି ଚିନ୍ତାଧାରାକୁ କଙ୍ଗନା କଡ଼ା ସମାଲୋଚନା କରିଛନ୍ତି, ସେ କହିଛନ୍ତି ସୁଶାନ୍ତ ଜଣେ ଭଲ ଏବଂ ରାଙ୍କ ହୋଲ୍ଡର ଇଞ୍ଜିନିୟରିଂ ଛାତ୍ର ଥିଲେ ସେ କେବେ ବି ଦୁର୍ବଳ ମାନସିକତାର ବ୍ୟକ୍ତି ନଥିଲେ ।  ସୁଶାନ୍ତ ଯେତେବେଳେ ଫିଲ୍ମରେ ଡେବ୍ୟୁ କରିଥିଲେ ତାଙ୍କୁ କୌଣସି ଆଓ୍ୱାର୍ଡ ଦିଆଯାଇନଥିଲା ବୋଲି ମଧ୍ୟ କହିଛନ୍ତି କଙ୍ଗନା ।

Leave a Reply