କଙ୍ଗନାଙ୍କ ସପକ୍ଷରେ ବମ୍ବେ ହାଇକୋର୍ଟଙ୍କ ରାୟ; ବିଏମସି ଦେବ କ୍ଷତିପୂରଣ

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ବିଏମସି ବିରୋଧରେ ଲଢେଇ ଜିତିଲେ କଙ୍ଗନା ରାଣାଓ୍ୱତ । ଖୁବଶିଘ୍ର କ୍ଷୟକ୍ଷତିର ଆକଳନ କରାଯିବା ପରେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ।

ସୂଚନା ଅନୁଯାୟୀ ମୁମ୍ବାଇର ପାଲିହିଲ ସ୍ଥିତ କାର୍ଯ୍ୟାଳୟକୁ ବିଏମସି ଭାଙ୍ଗି ଦେଇଥିବା ବେଳେ କୋର୍ଟ ଏହାକୁ ବେଆଇନ ବୋଲି କହିଛନ୍ତି। କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବା ପୂର୍ବରୁ ବିଏମସି ଦେଇଥିବା ନୋଟିସକୁ ବେଆଇନ ବୋଲି କୋର୍ଟ କହିଛନ୍ତି । ପ୍ରତିଶୋଧ ନେବା ଆଳରେ ଏପରି କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଏଥିସହ ପୁଣି ଥରେ କଙ୍ଗନା ଚାହିଁଲେ ସେଠାରେ ନିଜ କାର୍ଯ୍ୟାଳୟ ନିର୍ମାଣ କରିପାରିବେ ଏବଂ ଏଥିପାଇଁ ତାଙ୍କୁ ଆଉଥରେ ବିଏମସିରେ ଆବେଦନ କରିବାକୁ ପଡିବ ।

 

କଙ୍ଗନାଙ୍କ କାର୍ଯ୍ୟାଳୟ ଭଙ୍ଗାଯିବାର ପ୍ରାୟ ଦୁଇ ମାସ ପରେ କୋର୍ଟ ଏହି ରାୟ ଶୁଣାଇଥିବା ବେଳେ ଏଥିପାଇଁ ବିଏମସି ତାଙ୍କୁ ସହଯୋଗ କରିବା ପାଇଁ ମଧ୍ୟ କୁହାଯାଇଛି ।

ଅପରପକ୍ଷରେ କଙ୍ଗନାଙ୍କ ବିବାଦୀୟ ବୟାନଙ୍କୁ ନେଇ ମଧ୍ୟ କୋର୍ଟରେ ଶୁଣାଣି ହୋଇଛି । ଉକ୍ତ ମାମଲାକୁ କୋର୍ଟ ହେୟଜ୍ଞାନ କରିବା ସହ ଭାବିଚିନ୍ତି କଥା ହେବା ଆବଶ୍ୟକ ବୋଲି କହିଛନ୍ତି ।

Leave a Reply