ଏହି ବଲିଉଡ ଅଭିନେତା ହେଲେ କରୋନା ଶିକାର…

1 min read

ମୁମ୍ବାଇ: ହିନ୍ଦୀ, ଗୁଜୁରାଟୀ ଏବଂ ଭୋଜପୁରୀ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା କିରଣ କୁମାର କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ବଲିଉଡର ବରିଷ୍ଠ ଅଭିନେତା କିରଣ କୁମାର ନିଜେ ଏହି ବିଷୟରେ ତଥ୍ୟ ପ୍ରକାଶ କରିଛନ୍ତି । ଏକ ଗଣମାଧ୍ୟମ ସହ ସେ ଫୋନରେ କଥା ହୋଇଥିବାବେଳେ କହିଛନ୍ତି ଯେ, “ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ହେଉଥିଲା । ଯେଉଁଥିପାଇଁ ତାଙ୍କର ଅନେକ ପରୀକ୍ଷା କରାଯାଉଥିଲା। ଏହା ମଧ୍ୟରେ ସେ କୋଭିଡ -୧୯ ପରୀକ୍ଷା ମଧ୍ୟ କରାଇଥିଲେ । ତେବେ ଟେଷ୍ଟ ହେବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହା ସହ ସେ କହିଛନ୍ତି ଯେ, ଟେଷ୍ଟ କରିବା ପୂର୍ବରୁ ତାଙ୍କ ଶରୀରରେ କରୋନା ଭାଇରସର କୌଣସି ଲକ୍ଷଣ ଦେଖାଯାଇନଥିଲା । ସେ ବାରମ୍ବାର ଡାକ୍ତରଖାନା ଯାଉଥିଲେ । ସେଥିପାଇଁ ସେ ସତର୍କତା ଦୃଷ୍ଟିରୁ ନିଜେ କରୋନା ଟେଷ୍ଟ କରାଇଥିଲେ ଓ ପରେ ସଂକ୍ରମିତ ହୋଇଥିବା ଜଣା ପଡିଲା । ଟେଷ୍ଟ କରିବା ପୂର୍ବରୁ ତାଙ୍କୁ ଥଣ୍ଡା, କାଶ, ଜ୍ୱର ଭଳି କୌଣସି ପ୍ରକାରର ରୋଗ ନଥିଲା । ଏସିମ୍ପ୍ଟମେଟିକ୍ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ । ଡାକ୍ତରମାନେ ତାଙ୍କୁ ସେଲ୍ଫ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସେ ନିଜ ଦୁଇ ମହଲା ଘରେ ଆରାମରେ ରହୁଛନ୍ତି । କିରଣ କୁମାରଙ୍କ ଘର ବହୁତ ବଡ। ସବୁ ନିୟମ ପାଳନ କରି ସେ ନିଜ ଉପର ମହଲାରେ ଏକା ରହୁଛନ୍ତି ବୋଲି କହିଛନ୍ତି। ଘରେ ତାଙ୍କ ପରିବାରର ସଦସ୍ୟ ସବୁ ତଳ ମହଲାରେ ରହୁଛନ୍ତି । ସେ ଏବେ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ଅଛନ୍ତି କାରଣ ଏଥିପାଇଁ ଡରିବାର କୌଣସି ଆବଶ୍ୟକତା ନାହିଁ  । ସେ ଏବେ ପୂର୍ଣ୍ଣ ରୂପେ ଠିକ୍ ଅଛନ୍ତି ।

କିରଣ କୁମାରଙ୍କ ଅନୁସାରେ, କରୋନା ଜଡିତ ତାଙ୍କର ପରବର୍ତ୍ତୀ କୋଭିଡ -୧୯ ପରୀକ୍ଷା ଆଗାମୀ କିଛି ଦିନ ମଧ୍ୟରେ ହେବ। କିରଣ କୁମାର ୭୦ ଓ ୮୦ ଦଶକରେ ଅନେକ ବଲିଉଡ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ହେଲେ ଜଣେ ଅଭିନେତା ଭାବେ ସେ ଯେତିକି ସଫଳତା ହାସଲ କରିନଥିଲେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଧିରେ ଧିରେ ସେ ବଲିଉଡରେ ବେଶ ଲୋକପ୍ରିୟତା ମଧ୍ୟ ଲାଭ କରିଥିଲେ । ତାଙ୍କର ପ୍ରତ୍ୟେକ ଫିଲ୍ମରେ ସେ ଏକ ନିଆରା ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତୀତ କିରଣ କୁମାର ଅନେକ ହିନ୍ଦୀ ସିରିଏଲରେ ଅଭିନୟ କରିଥିବା ନଜର ଆସିଛନ୍ତି ।

Leave a Reply