କୁଆଡ଼େ ଗଲେ ଗୌତମ ଗମ୍ଭୀର ? ରାସ୍ତା କଡ଼ରେ ଲାଗିଲା ନିଖୋଜ ପୋଷ୍ଟର

1 min read

ନୂଆଦିଲ୍ଲୀ: ଲୋକପ୍ରିୟ ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ନିଖୋଜ ! ଶେଷ ଥର ପାଇଁ ତାଙ୍କୁ ଇନ୍ଦୋରରେ ଜିଲାପି ଖାଉଥିବା ବେଳେ ଦେଖିବାକୁ ମିଳିଥିଲା । ଦିଲ୍ଲୀର ସଡ଼କ କଡ଼ରେ ଏବେ ଏମିତି କିଛି ପୋଷ୍ଟର ଦେଖିବାକୁ ମିଳୁଛି । ରାସ୍ତା କଡ଼ ଗଛଠୁ ପାଚେରୀ ସବୁଠି ଲାଗିଛି ଗମ୍ଭୀର ନିଖୋଜ ପୋଷ୍ଟର । ପୂରା ଦିଲ୍ଲୀ ଗୌତମ ଗମ୍ଭୀରଙ୍କୁ ଏବେ ଖୋଜୁଥିବା ପୋଷ୍ଟରରେ ଲେଖାଯାଇଛି ।କିଏ ଓ କାହିଁକି ଲଗାଇଲା ପୋଷ୍ଟର ?

ପ୍ରକୃତ କଥା ହେଲା ପ୍ରାୟ ମାସେ ହେଲା ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀବାସୀ ଅଣନିଶ୍ୱାସୀ ହୋଇ ପଡ଼ିଛନ୍ତି । ବୟସ୍କଙ୍କ କଥା ଛାଡ଼ନ୍ତୁ ପିଲାଏଁ ବି ଦିଲ୍ଲୀରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ବାୟୁ ପ୍ରଦୂଷଣକୁ ନେଇ ଗତ ୧୫ ତାରିଖରେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅର୍ବାନ ଡେଭଲପମେଣ୍ଟ ମିଟିଂ ବସିଥିଲା । ଏହି ବୈଠକରେ ଯୋଗ ଦେଇନଥିଲେ ବିଜେପି ସାଂସଦ ଗୌତମ ଗମ୍ଭୀର । ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରିବା ଆରମ୍ଭ ହୋଇଥିଲା ।ଆଜି ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଗମ୍ଭୀର ନିଖୋଜ ଥିବା ନେଇ ଆମ୍ ଆଦମୀ ପାର୍ଟି ପୋଷ୍ଟର ଲଗାଇଛି । ଦିଲ୍ଲୀବାସୀ ଏହି ପୋଷ୍ଟରକୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି । ଲୋକେ ପ୍ରଦୂଷଣକୁ ନେଇ ହନ୍ତସନ୍ତ ହେଉଥିବା ବେଳେ ସାଂସଦଙ୍କ ଦେଖା ନମିଳିବା ଓ ବୈଠକରେ ଯୋଗ ନ ଦେବାକୁ ନେଇ ରାଜନୀତି ବି ଜୋର୍ ଧରିଛି ।

')}

Leave a Reply