ମନମୋହନ ସିଂହଙ୍କ ଉପରେ ଜେପି ନଡ୍ଡାଙ୍କ ପାଲଟା ଆକ୍ରମଣ, ୟୁପିଏ ସରକାରର ବିଫଳତାକୁ ମନେ ପକାଇଦେଲେ ବିଜେପି ମୁଖ୍ୟ

2 min read
National Politics, bjp chief jp nadda Criticise former pm manmohan singh

ନୂଆଦିଲ୍ଲୀ:  ଚୀନ୍ ଭାରତ ସୀମା ପ୍ରସଙ୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଇଥିବା ବୟାନକୁ ନେଇ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମନମୋହନଙ୍କ ଉପରେ ପାଲଟା ଆକ୍ରମଣ କରି ସେ କହିଛନ୍ତି ଯେ, ମନମୋହନ ସିଂହଙ୍କ ବୟାନ ଶବ୍ଦର ଖେଳ । ମନମୋହନଙ୍କ ୟୁପିଏ ସରକାର ଅମଳରେ ଭାରତୀୟ ଭୂମି ଚୀନକୁ ଛାଡି ଦିଆଯାଇଥିଲା ବୋଲି ସେ କହିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜବାବ ଦେଇ ଜେପି ନଡ୍ଡା ଟ୍ୱିଟ୍ କରିଛନ୍ତି । ମନମୋହନ ସିଂହ ତାଙ୍କ ଲିଖିତ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପଦେଶ ଦେଇ କହିଥିଲେ ଯେ, ମିଥ୍ୟା ଆଡ଼ମ୍ବର ଦ୍ୱାରା ସତ୍ୟକୁ ଲୁଚା ଯାଇପାରିବ ନାହିଁ ।

ମନମୋହନ ଏଭଳି ଅନେକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । ଯାହାର ଜବାବ ଦେଇ ନଡ୍ଡା କହିଛନ୍ତି ଯେ, ଏହା ଶବ୍ଦର ଖେଳ ଓ କୌଣସି ଭାରତୀୟ ଏହା ଉପରେ ବିଶ୍ୱାସ କରିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ, ଏହା ସେହି କଂଗ୍ରେସ ଦଳ, ଯିଏ ସବୁବେଳେ ଆମ ସେନାକୁ ନେଇ ପ୍ରଶ୍ନ ଉଠାଇ ଆସିଛିି ଓ ସେମାନଙ୍କ ମନୋବଳ କମ୍‌ କରିଛି ।

ଜେପି ନଡ୍ଡା ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, ମନମୋହନ ସିଂହ ସେହି ଦଳର ଅଟନ୍ତି ଯିଏ, ୪୩୦୦୦ କିଲୋମିଟର ଭାରତୀୟ ଭୂମି ଚାଇନାକୁ ସମର୍ପଣ କରିଥିଲେ  । ୟୁପିଏ ସରକାର ସମୟରେ ଏକ ଖରାପ ରଣନୀତି ଦେଖିବାକୁ ମିଳିଥିଲା । ବିନା ଯୁଦ୍ଧରେ ଭାରତୀୟ ଜମି ଚୀନକୁ ଦିଆଯାଇଥିଲା । ଏହା ବ୍ୟତୀତ ଜେପି ନଡ୍ଡା ଲେଖିଛନ୍ତି, ସମସ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରନ୍ତି ଏବଂ ସମର୍ଥନ କରନ୍ତି । ପରୀକ୍ଷା ସମୟରେ୧୩୦ କୋଟି ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଦେଖିଛନ୍ତି, ସେ ସର୍ବଦା ଦେଶକୁ ଶୀର୍ଷରେ ରଖିଛନ୍ତି ।

Leave a Reply