ଓବାମା ବିଲ୍ ଗେଟ୍ସ- ୱାରେନ୍ ବଫେଟଙ୍କ ସମେତ ଏହି ୨୦ଟି ହାଇ ପ୍ରୋଫାଇଲ୍ ଲୋକଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍

bitcoin scam: billionaires twitter account hacked

ନୂଆଦିଲ୍ଲୀ: ହ୍ୟାକରମାନେ ଟ୍ୱିଟରରେ ଏବେ ଆତଙ୍କ ସୃଷ୍ଟି କରିଛନ୍ତି । ନିକଟରେ ବିଶ୍ୱର ନାମିଦାମୀ ନେତା ତଥା ବିଶିଷ୍ଟ ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ଏଥି ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭଳି ବରିଷ୍ଠ ନେତା ଏହି ଲିଷ୍ଟରେ ସାମିଲ ହୋଛନ୍ତି । ଏହା ବ୍ୟତୀତ କୋଟିପତୀ ବ୍ୟବସାୟୀ ଏଲନ୍ ମସ୍କ, ଜେଫ୍ ବେଜୋସ୍ ଏବଂ ବିଲ୍ ଗେଟ୍ସଙ୍କ ସମେତ ବିଶ୍ୱର ବହୁ ବଡ ବ୍ୟବସାୟୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା।

ହ୍ୟାକ୍ ହୋଇଥିବା ଆକାଉଣ୍ଟରେ ନକଲି ଟ୍ୱିଟ୍ କରାଯାଇଛି । ହ୍ୟାକର ମାନେ ଆକାଉଣ୍ଟ ହ୍ୟାକ କରିବା ପରେ ପ୍ରତିବଦଳରେ ଦୁଇଗୁଣା ଅର୍ଥ ମାଗୁଛନ୍ତି । ହ୍ୟାକ କରିବାର କିଛି ସମୟ ପରେ ସେମାନେ ଆକାଉଣ୍ଟରେ ପୋଷ୍ଟ କରିଥିବା ଲେଖାକୁ ଡିଲିଟ୍ କରିଦେଇଛନ୍ତି​​। ପୋଷ୍ଟ କରିବାର କିଛି ମିନିଟ୍ ମଧ୍ୟରେ ଏହି ଟ୍ୱିଟ୍ ଡିଲିଟ୍ କରାଯାଇଥିଲା ସତ, ହେଲେ ସେତେବେଳକୁ ଶହ ଶହ ଲୋକ ହ୍ୟାକରମାନଙ୍କୁ ଏକ ଲକ୍ଷରୁ ଅଧିକ ଡଲାର ପଠାଇଥିଲେ । ଏହି ସମୟରେ ଟ୍ୱିଟର କହିଛି ଯେ, ଏହାର ସମାଧାନ ପାଇଁ ଟିମ୍ କଠିନ ପରିଶ୍ରମ କରୁଛି ।

ତେବେ ଜାଣନ୍ତୁ କେଉଁ ଭେଟେରାନମାନଙ୍କ ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା …

– ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା

– ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ

– ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ

– ଟେସଲା ସିଇଓ ଏଲୋନ୍ ମସ୍କ

– ଆମାଜନ୍ ସିଇଓ ଜେଫ୍ ବେଜୋସ୍

– ଆମେରିକାର ପ୍ରସିଦ୍ଧ ରାପର୍ କାନ୍ୟେ ୱେଷ୍ଟ୍

– ଆମେରିକାର ଟିଭି ତାରକା କିମ୍ କାର୍ଦଶିୟାନ୍

– ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍ ଗେଟ୍ସ

– ବର୍କଶାୟର ହାଥୱେ ସିଇଓ ୱାରେନ୍ ବଫେଟ୍

– ମାଇକ୍ ବ୍ଲୁମବର୍ଗ

– ଆମେରିକାର ପ୍ରସିଦ୍ଧ ରାପର ୱିଜ୍ ଖଲିଫା

– ୟୁଟ୍ୟୁବର ମିଷ୍ଟର ବିଷ୍ଟ

– ଏହା ବ୍ୟତୀତ ଉବର ଏବଂ ଆପଲ୍ କମ୍ପାନୀର କର୍ପୋରେଟ୍ ଆକାଉଣ୍ଟ୍ ମଧ୍ୟ ହ୍ୟାକ୍ ହୋଇଛି

ଟ୍ୱିଟର ସିଇଓ ଜ୍ୟାକ୍ କହିଛନ୍ତି ଯେ, ଟ୍ୱିଟର ପାଇଁ ଅନେକ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି  । ଏହି ହ୍ୟାକିଂକୁ ବନ୍ଦ କରିବାକୁ ସେମାନେ ବହୁତ ଚେଷ୍ଟା କରିଥିଲେ। ଏଥିପାଇଁ ଅନେକ ଆକାଉଣ୍ଟ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଆକାଉଣ୍ଟ ଗୁଡିକୁ ପୁଣି ଆରମ୍ଭ କରାଯାଇଛି । ତେବେ କିଏ ଏହି ହ୍ୟାକର ତାର କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ହ୍ୟାକିଂ କିପରି ହୋଇଥିଲା ଏବଂ ଏହା ପଛରେ କିଏ ଥିଲା ତାହାର ଅନୁସନ୍ଧାନ ଜାରି ରହିଛି ।

Leave a Reply