ବାଇକ୍‌କୁ ପଛପଟୁ ପିଟିଲା ଡମ୍ଫର, ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ

ରାଉରକେଲା: ରାଉରକେଲା ପାନପୋଷ ନିକଟରେ ଦୁର୍ଘଟଣା। ଡମ୍ପର ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ, ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତଦେହକୁ ରଖାଯାଇଛି। ସୂଚନା ଅନୁସାରେ, ଦୃତ ଗତିରେ ଆସୁଥିବା ଟ୍ୟାଙ୍କର ବାଇକକୁ ଧକ୍କା ଦେବାରୁ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ୍ୟୁ ହୋଇଛି।

ମୃତକଙ୍କ ମଧ୍ୟରେ ଜଣେ ଯୁବକ ଓ ଜଣେ ଯୁବତୀ ଥିବା ବେଳେ, ସେମାନଙ୍କ ପରିଚୟ ଜଣାପଡିନାହିଁ। ମୃତଦେହକୁ ରାଉରକେଲା ସରକାରୀ ଡାକ୍ତରଖାନାର ବ୍ୟବଚ୍ଛେଦ ରୁମରେ ରଖାଯାଇଛି। ସୁଚନା ପାଇ ରଘୁନାଥପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କରକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି।

Leave a Reply