ଆପଣଙ୍କ ପୁଅ ବିଜୟ ଆଉ ନାହାନ୍ତିି, ଏକଥା ଶୁଣି ଏଭଳି ଜିଦ୍‌ କରୁଛନ୍ତି ତାଙ୍କ ବୃଦ୍ଧା ମାଆ

ଭୁବନେଶ୍ୱର: ପୁଅକୁ ଖୋଜି ବାଉଳି ହୋଇ କାନ୍ଦୁଛନ୍ତି ମାଆ । ମୋ ବଡ଼ ପୁଅ କୋଉଠି ଅଛି, ମୁଁ କାଇଁ ତାକୁ ଦେଖିପାରୁନି । ଏଭଳି କୋହ ଭରା ଭାନାରେ ଦିନ ରାତି କଟୁଛି । କିନ୍ତୁ ବୃଦ୍ଧା ମାଆ ଏଥିରୁ ଅଜଣା ଥିଲେ କି ଅଫେରା ରାଇଜକୁ ଚାଲି ଯାଇଛନ୍ତି ତାଙ୍କ ପୁଅ । ଅଲେଉଟା ସହରରୁ ଆଉ କେବେ ଫେରିବେନି ସେ । କାରଣ ସବୁ ଦିନ ପାଇଁ ଚିରନିଦ୍ରାରେ ଶୋଇ ପଡ଼ିଛନ୍ତି ବର୍ଷୀୟାନ ଅଭିନେତା ବିଜୟ ମହାନ୍ତି । ମାଆ ଥାଉ ଥାଉ ପୁଅ ଆରପାରିକୁ ଚାଲିଯାଇଛି, ଏକଥା କୋଉ ମାଆ ବା ସହିବ । ସେଥିପାଇଁ କାହାରବି ସାହାସ ହେଉନଥିଲା ତାଙ୍କ ମାଆଙ୍କୁ ଏଭଳି ଦଃଖଦ ଖବର କହିବା ପାଇଁ । କିନ୍ତୁ ସେ ପରା ମାଆ ପୁଅର ମୃତ୍ୟୁ ଖବର ନପାଇ ବି ଡ଼ହଳ ବିକଳ ହୋଇ କୋହ ଭରା କଣ୍ଠରେ ପୁଅକୁ ଖୋଜୁଥିଲେ । ମୋ ପୁଅ କୁଆଡ଼େ ଗଲା ମୁଁ ଏବେ କଣ କରିବି ବୋଲି କହୁଥିଲେ ବୃଦ୍ଧା ମାଆ ।

ମାଆଙ୍କୁ ୯୫ ବର୍ଷ ଏବଂ ପୁଅ ୭୦ ବର୍ଷରେ ଆରପାରିରେ । ଏକଥା ଶୁଣି କଣ କୋଉ ମାଆ କେବେ ରହିପାରିବ । ଯେଉଁ ପୁଅର ଦିର୍ଘାୟୁ କାମନାରେ କେତେ ଓସା ବ୍ରତ କରିଥିଲେ । କିନ୍ତୁ ସେ ଏବେ ଆରପାରିରେ । ସେଥିପାଇଁ ତ ପୁଅଙ୍କ ମୃତ୍ୟୁର ଖବର ପାଇବା ପରେ ଖାଲି ବାଉଳି ହୋଇ ଖୋଜୁଛନ୍ତି ତାଙ୍କ ପୁଅଙ୍କୁ । ସେ ଏଥିରୁ ଅଜଣା ଥିଲେ କି ତାଙ୍କ ପୁଅ ଦୁନିଆ ଛାଡ଼ି ଚାଲିଯାଇଛନ୍ତି ବୋଲି । କିନ୍ତୁ ଆଜି ସକାଳୁ ତାଙ୍କୁ ଏହି ଖବର ଦିଆଯାଇଥିଲା । ଯାହା ପରେ ସେ ବଡ଼ ପୁଅକୁ ମନଭରି ଦେଖିବାକୁ ଜିଦ୍‌ କରିଥିଲେ । ପ୍ରତ୍ୟେକ ଦିନ ସେ ତାଙ୍କ ପୁଅକୁ ଦେଖିବା ପାଇଁ ଯିଦ କରନ୍ତି । କିନ୍ତୁ ତାଙ୍କୁ ପୁଅ ହାଇଦ୍ରାବାଦରେ ଅଛି କହି ମନକୁ ବୁଝାଇ ଦେଉଥିଲେ । ତାଙ୍କ ଦେହ ଖରାପ ସମୟରେ ବି ମଧ୍ୟ କେହି ତାଙ୍କୁ ଏକଥା କହିନଥିଲେ । ସେ ତାଙ୍କ ବଡ଼ ପୁଅକୁ ମନଭରି ଦେଖିବା ପାଇଁ ବହୁତ ଜିଦ କରନ୍ତି ବୋଲି ସାନଭାଇ ଅଜୟ ମହାନ୍ତି କହିଛନ୍ତି ।

ତେବେ ଗତକାଲି  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ହେଲା ସେ ହୃଦଘାତ ସମସ୍ୟା ସହ ଡାଏବେଟିସରେ ପୀଡ଼ିତ ଥିଲେ । ନିକଟରେ ଝିଅ ପାଖକୁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ସେଠାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ଆଜି ସନ୍ଧ୍ୟାରେ ପୁଣି ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

 

ବିଜୟଙ୍କ ମାଆ ଓ ସମ୍ପର୍କୀୟ ବାଲେଶ୍ୱରରୁ ଭୁବନେଶ୍ୱର ଆସିଛନ୍ତି । ପରେ କରୋନା କଟକଣା ସହ ହସ୍ପିଟାଲରୁ ମର ଶରୀର ବିଜୟ ରହୁଥିବା ବମିଖାଲ ସ୍ଥିତ ବାସଭବନକୁ ନିଆଯିବ । ଆପାର୍ଟମେଣ୍ଟରେ ପଡୋଶୀ ଶେଷ ଦର୍ଶନ କରିବା ପରେ ସଙ୍ଗୀତ ମହାବିଦ୍ୟାଳୟକୁ ଶେଷ ଦର୍ଶନ ଲାଗି ନିଆଯିବ । ସେଠାରେ ତାଙ୍କ ସହଯୋଗୀ ଓ ଛାତ୍ରମାନେ ଶେଷ ଦର୍ଶନ କରିବେ । ପୂର୍ବାହ୍ନ ୧୧ରେ ବିଜୟ ମହାନ୍ତିଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସତ୍ୟନଗର ମଶାଣୀରେ ଶେଷକୃତ୍ୟ ରାଜ୍ୟ ମର୍ଯ୍ୟାଦାର ସହ ସମ୍ପର୍ଣ୍ଣ କରାଯିବ  ।

Leave a Reply