ହାଇଫ୍ରୋଫାଇଲ୍‌ ଆସନ ବାଙ୍କିପୁର, ସବୁଠୁ ଧନୀ ପ୍ରାର୍ଥୀ ପୁଷ୍ପମ ପ୍ରିୟା !

Bankipur Seat Pushpam Priya Chaudhary London Returns Failed And Lost Bihar Election To BJP Nitin Nabin

ବିହାର: ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି । ସବୁ ଦଳର ପ୍ରାର୍ଥୀମାନେ ନିଜ ପ୍ରଚାର ପାଇଁ ଅହରହ ପରିଶ୍ରମ କରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ୯୪ ଆସନ ମଧ୍ୟରୁ ଏମିତି ଏକ ଆସନ ରହିଛି ଯାହାକୁ ହାଇ ପ୍ରୋଫାଇଲ୍ ଭାବେ ବିବେଚନା କରାଯାଉଛି । ଏହି ନିର୍ବାଚନ ମଣ୍ଡଳି ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏଥିରେ ତିନିଜଣ ମୁଖ୍ୟ ପ୍ରାର୍ଥୀ ରହିଛନ୍ତି ଯେଉଁମାନେ ନିର୍ବାଚନକୁ ଅଧିକ ରୋମାଞ୍ଚକ କରୁଛନ୍ତି । ଏହି ଆସନଟି ହେଉଛି ବାଙ୍କିପୁର ବିଧାନସଭା ।

Who Is Pushpam Priya Chowdhary Bihar Election Politics Eeducation Plurals Party
ପୁଷ୍ପମ୍‌ ପ୍ରିୟା

ଏହି ଆସନ ଉପରେ ସମସ୍ତଙ୍କ ନଜର ରହିବାର ମୁଖ୍ୟ କାରଣ ହେଉଛି ଏହାର ତିନି ପ୍ରମୁଖ ପ୍ରାର୍ଥୀ । ସେଥିମଧ୍ୟରେ ଜଣେ ହେଉଛନ୍ତି ତିନି ଥର ବିଧାୟକ ହୋଇସାରିଥିବା ବିଜେପିର ନୀତିନ ନବୀନ । ସେହିଭଳି ଆଉ ଜଣେ ହେଉଛନ୍ତି ପୁଷ୍ପମ ପ୍ରିୟା । ଯିଏ କି ନିଜକୁ ମୁଖ୍ୟମନ୍ତ୍ରୀ ପଦର ଦାବିଦାର ବୋଲି ମାନୁଛନ୍ତି । ସେ ପୁଲୁରଲସ୍ ପାର୍ଟି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି । ସେହିଭଳି ଆଉ ଜଣେ ପ୍ରାର୍ଥୀ ହେଉଛନ୍ତି ଶତୃଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନା । ସେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଛନ୍ତି । ଲବ୍‌ ଓ ପୁଷ୍ପମ୍‌ଙ୍କ ପାଇଁ ଏହା ପ୍ରଥମ ନିର୍ବାଚନ ହୋଇଥିବା ବେଳେ ନୀତିନ ନବୀନ ଜଣେ ଅଭିଜ୍ଞ ପ୍ରାର୍ଥୀ ।‌ ପୁଷ୍ପମ୍‌ ନିର୍ବାଚନ ମଇଦାନରେ ନୂଆ ହୋଇଥିଲେ ମଧ୍ୟ ସେ ରାଜନୈତିକ ମଇଦାନକୁ ବହୁ ପୂର୍ବରୁ ଓହ୍ଲାଇ ସାରିଛନ୍ତି । ଏହା ପୂର୍ବରୁ ମଧ୍ୟ ପୁଷ୍ପମ୍‌ଙ୍କୁ ନେଇ ଚର୍ଚ୍ଚା ହୋଇଛି ।

Luv Sinha
ଲବ୍‌ ସିହ୍ନା

ଜାତୀୟ ଦଳ ପାଇଁ ମଧ୍ୟ ଏହି ଆସନ ଅନେକ ଗୁରତ୍ୱପୂର୍ଣ୍ଣ ମନେ କରାଯାଉଛି । କାୟସ୍ତ, ଯାଦବ ଓ ମୁସଲମାନ ସମ୍ପ୍ରଦାୟର ଭୋଟ ଏଠାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ଭାଜପାର ପ୍ରାର୍ଥୀ ନୀତିନ ହେଉଛନ୍ତି ‘କାୟସ୍ତ’ ସମ୍ପ୍ରଦାୟର । ତେଣୁ ଏଠାରେ ତାଙ୍କ ପଲ୍ଲା ଭାରି ରହିବ ବୋଲି ଆଶା କରାଯାଉଥିଲା । ହେଲେ ଲଭ୍‌ ସିହ୍ନା ଏଣ୍ଟ୍ରି ମାରିବା ପରେ ଏହି ଆଶଙ୍କାକୁ ଲୋକେ ଭୁଲ ବୋଲି ମନେ କରୁଛନ୍ତି । ସେହିଭଳି ପୁଷ୍ପମ ରାଜନୀତିର ଏଭଳି ସମୀକରଣକୁ ସାଇଡ୍‌ ମାରି ମହିଳା ଭୋଟକୁ ହାତେଇବାରେ ଲାଗିଛନ୍ତି । ଏହି କାରଣରୁ ସେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳିର ଗ୍ରାମୀଣ ଅଞ୍ଚଳରେ ଅଧିକ ସକ୍ରିୟ ଥିବା ନଜର ଆସନ୍ତି ।

ତେବେ ବାଙ୍କିପୁର ଆସନ ପାଇଁ ଲଢ଼େଇ ଯେତିକି ସହଜ ଦେଖାଯାଉଛି ତାହା ବାସ୍ତବରେ ସେତିକି ନୁହେଁ । କାରଣ ଏହି ଆସନ ପାଇଁ ଅନେକ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । କିନ୍ତୁ ପରେ କିଛି ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବା ସହ କିଛି ପ୍ରାର୍ଥୀ ନିଜ ନାଁ ଫେରାଇ ଆଣିଛନ୍ତି । ହେଲେ ଏହା ବାଦ୍‌ ମଧ୍ୟ ୨୨ ଜଣ ପ୍ରାର୍ଥୀ ଏହି ଆସନ ପାଇଁ ଲଢ଼େଇ କରୁଛନ୍ତି । ଏତେ ସଂଖ୍ୟାରେ ପ୍ରାର୍ଥୀ ରହିଥିବାରୁ ଭୋଟ ଭାଗ ଭାଗ ହେବାର ଆଶଙ୍କା ରହିଛି । ତେଣୁ ନିର୍ବାଚନ ପୂର୍ବରୁ କୌଣସି ପ୍ରକାର ଆକଳନ କରିବା ସମ୍ଭବ ନୁହେଁ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

Nitin Navin
ନୀତିନ ନବୀନ

ତେବେ ସବୁଠାରୁ ବଡ଼ କଥା ହେଲା, ତିନି ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ପୁଷ୍ପମ୍‌ ସବୁଠାରୁ ଅଧିକ ଧନୀ । ସେ ନିଜ ସମ୍ପତି ୧୫.୯୨ କୋଟି ବୋଲି ଦର୍ଶାଇଛନ୍ତି । ସେହିଭଳି ଦ୍ୱିତୀୟ ସ୍ଥାନରେ ଲବ୍‌ ସିହ୍ନା ରହିଛନ୍ତି । ସେ ନିଜର ସମ୍ପତି ୨.୬୮ କୋଟି ବୋଲି ଦର୍ଶାଇଛନ୍ତି । ତେବେ ତିନି ତିନି ଥର ବିଧାୟକ ହୋଇଥିବା ବିଜେପି ପ୍ରାର୍ଥୀ ନୀତିନ୍‌ ନିଜର ସମ୍ପତି ୧.୭୪ କୋଟି ବୋଲି ଦର୍ଶାଇଛନ୍ତି ।

Leave a Reply