ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ୨୨ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

Anjana Mishra

କଟକ: ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଏବେ ପୁଣି ଚର୍ଚ୍ଚାରେ । ୨୨ ବର୍ଷ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଉଛି ବିବନ ବିଶ୍ୱାଳ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ୧୯୯୯ ଜାନୁଆରୀ ୯ରେ ବାରଙ୍ଗ ନିକଟରେ ଘଟିଥିଲା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ । ସେବେଠୁ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା । ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ପୂର୍ବରୁ ପଦିଆ ଓ ପୁନିଆଙ୍କୁ ଗିରଫ କରିଥିଲା ପୋଲିସ । ହାଇକୋର୍ଟ ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ ।

ସୂଚନାଯୋଗ୍ୟ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ୧୯୯୯ ମସିହାରେ ଓଡ଼ିଶାରେ ଘଟିଥିବା ଏକ ବହୁଚର୍ଚ୍ଚିତ ଅପରାଧିକ ମାମଲା । ଅଞ୍ଜନା ମିଶ୍ର  ୯ ଜାନୁଆରୀ ୧୯୯୯ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଦୁଃଖଦ ଘଟଣା ତତ୍କାଳୀନ ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା । ଏପରିକି, ଉକ୍ତ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ପ୍ରଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା । ଫଳରେ ଓଡ଼ିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ତାଙ୍କ ଆସନ ହରାଇବାକୁ ପଡିଲା । ପରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ।

ଅଭିଯୋଗ ଅନୁଯାୟୀ, ଘଟଣା ଦିନ ଅର୍ଥାତ୍ ୯ ଜାନୁଆରୀ ୧୯୯୯ ଦିନ ଅଞ୍ଜନା ତାଙ୍କରି ଜନୈକା ସାମ୍ବାଦିକା ବାନ୍ଧବୀଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ୱର ଉପକଣ୍ଠସ୍ଥ ବାରଙ୍ଗ ନିକଟବର୍ତ୍ତୀ ଏକ ନିକାଞ୍ଚନ ଜାଗାରେ ତିନିଜଣ ଦୁର୍ବୃତ୍ତ ସେମାନଙ୍କ ପଥରୋଧ କରିବା ସହ ବାନ୍ଧବୀଙ୍କ ସାମନାରେ ଅଞ୍ଜନାକୁ ଗଣଦୁଷ୍କର୍ମ କରିଥିଲେ । ଏଘଟଣା ପ୍ରଘଟ ହେବା ପରେ ପୋଲିସ ତତ୍ପରତାର ସହ ୨୬ ଜାନୁଆରୀ ୧୯୯୯ ଦିନ ମାତ୍ର ଦୁଇଜଣକୁ ଗିରଫ କଲା । ହେଲେ ମୁଖ୍ୟ ଅଭୀଯୁକ୍ତ ଏଯାଏଁ ଧରାପଡ଼ିନଥିଲା ।

Leave a Reply