ଅମାନିଆ ଅପରାଜିତା: କୋଭିଡ଼ ନିୟମ ଉଲ୍ଲଂଘନ କରି ନାଚୁଥିବାର ଭିଡ଼ିଓ ହେଲା ଭାଇରାଲ

ଭୁବନେଶ୍ୱର: ପୁଣି କୋଭିଡ୍ ନିୟମ ଭାଙ୍ଗିଲେ ଭୁବନେଶ୍ୱର ବିଜେପି ସାଂସଦ । କୋଭିଡ଼ରେ ଅପରାଜିତାଙ୍କ ଜନ୍ମଦିନ ଉତ୍ସବ । କୋଭିଡ଼ ନିୟମ କଣ ଆଉ କାହିଁକି ପାଳନ କରିବେ ବିଜେପି ସାଂସଦ ସେଟା ବୋଧେ ଜାଣନ୍ତିନି ଅପରାଜିତ । ଦିଲ୍ଲୀରୁ ଡେଙ୍ଗୁରା ବାଜୁଛି କରୋନା ପାଇଁ ସତର୍କ ରୁହ କିନ୍ତୁ ଓଡ଼ିଶାରେ ଅଲଗା ନିୟମ ପାଳୁଛି ବିଜେପି ।

ଅଭ୍ୟାସଗତ ଅମାନିଆ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ନିୟମ ଉଲ୍ଲଂଘନ କରିଛନ୍ତି । ଗତକାଲି ଜନ୍ମଦିନ ପାଳନ ଅବସରରେ କୋଭିଡ୍ କଟକଣାକୁ ଫୁ କରିଛନ୍ତି ମହାସୟା । ନା ମୁହଁରେ ମାସ୍କ ନା ସାମାଜିକ ଦୂରତା । ଅପରାଜିତାଙ୍କ ଜନ୍ମଦିନ ସେଲିବ୍ରେସନ୍‌ରେ ମସଗୁଲ ଥିଲେ ଶତାଧିକ ସମର୍ଥକ । ନାଚଗୀତରେ ବିଭୋର ହୋଇଥିଲେ ସମସ୍ତେ ।

କରୋନା ସଂକଟ ସମୟରେ ଏଭଳି ନିୟମର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଛି । ରାଜଧାନୀ ଛାତି ଉପରେ ଭୟଙ୍କର ପେଟ୍ରୋଲ ପମ୍ପ ବିସ୍ଫୋରଣ ବଡ଼ କ୍ଷତକୁ ଭୁଲି ପାରୁ ନଥିବା ବେଳେ ସାଂସଦ କିନ୍ତୁ ଜନ୍ମଦିନ ଖୁସିରେ ପୁରା ବିଭୋର ଥିଲେ । ସାଂସଦଙ୍କର ଏଭଳି ଜନ୍ମଦିନ ସେଲିବ୍ରେସନ୍ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନରେ ନାଚଗୀତର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

Leave a Reply