ସମସ୍ତଙ୍କୁ ସଂକ୍ରମଣ ଚିନ୍ତା, କୋଚିଂ ସେଣ୍ଟର ସାର୍‌ଙ୍କୁ ପଇସା ଚିନ୍ତା…

Bhubaneswar Isha Coaching Centre Violates Covid Guidelines

ଭୁବନେଶ୍ୱର: ସାରା ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସମସ୍ତଙ୍କୁ ଘାରିଛି କରୋନା ଚିନ୍ତା । ସଂକ୍ରମଣ ଭୟରେ ଅନେକ ଲୋକ ଘରୁ ବହାରିବାକୁ ଡରୁଛନ୍ତି । ଏମିତିରେ କିଛି ଲୋକ ବାହାରେ ମଧ୍ୟ ବୁଲୁଛନ୍ତି । ତେବେ ସରକାର ସେମାନଙ୍କ ପାଇଁ କଡ଼ାକଡ଼ି ଭାବେ ନିୟମ ଲାଗୁ କରିଛନ୍ତି । କରୋନା ସଂକଟ ସମୟରେ ସାମଜିକ ଦୂରତା ଉପରେ ସରକାର ସବୁଠୁ ବେଶି ଗୁରତ୍ୱ ଦେଇଛନ୍ତି । ସାଧାରଣତଃ ୫ ଜଣରୁ ଅଧିକ ଲୋକ ଏକାଠି ନହେବା ପାଇଁ ସରକାର ଗୁରୁତ୍ୱ ଦେଇଛନ୍ତି । ଏମିତିକି ବିବାହ ବ୍ରତ ସମୟରେ ମଧ୍ୟ ୫୦ ଜଣରୁ ଅଧିକ ଏକାଠି ନହେବା ପାଇଁ ସରାକାର ପରାମର୍ଶ ଦେଇଛନ୍ତି । ଜନଗହଳି ହେଲେ ସଂକ୍ରମଣ ବଢ଼ିବାର ଅଧିକ ଆଶଙ୍କା ରହିଛି ତେଣୁ ସାମାଜିକ ଦୂରତା ସମସ୍ତେ ମାନିବାବୁ ହେବ ବୋଲି କୁହାଯାଉଛି ।

COACHING CENTER1 ତେବେ ସରକାରଙ୍କ କଡ଼ା ତାଗିଦ୍‌ ସତ୍ତ୍ୱେ କିଛି ଅମାନିଆ ରହିଛନ୍ତି । ଯେଉଁମାନେ ବାରମ୍ବାର କୋଭିଡ୍‌ ନିୟମ ଉଲଂଘନ କରୁଛନ୍ତି । ଆଉ ସେହିଭଳି କିଛି ଅମାନିଆଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତି ବାରମ୍ବାର ଦେଖିବାକୁ ମିଳୁଛି ।

COACHING CENTER1

ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ । ଏଠାରେ ଥିବା ଇଷା କୋଚିଂ ସେଣ୍ଟର ନାମକ ଏକ ସଂସ୍ଥା କରୋନା ମହାମାରୀ ସମୟରେ କୋଭିଡ୍‌ ନିୟମ ଭାଙ୍ଗି ପିଲାଙ୍କୁ ପାଠ ପଢ଼ାଉଛି । ଏମିତିକି ପାଠ ପଢ଼ା ସମୟରେ ସାମାଜିକ ଦୂରତା ନିୟମ ମଧ୍ୟ ମାନୁନାହିଁ ଏହି ସଂସ୍ଥା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୂରତା ରହୁନାହିଁ କିମ୍ବା କରୋନାରୁ ରକ୍ଷା ପାଇବା ପାଇଁ କୌଣସି ପ୍ରକାର ପ୍ରତିଶୋଧକ ଗ୍ରହଣ କରାଯାଉ ନାହିଁ ।

COACHING CENTER1

କରୋନା କଟକଣାକୁ ଫୁ କରି ପ୍ରାୟ ୫୦ରୁ ଅଧିକ ପିଲାଙ୍କୁ ନେଇ କୋଚିଂ ସେଣ୍ଟର ଚାଲିଛି । ଏକା ସାଙ୍ଗରେ ଏହି ପିଲାମାନେ ବସି ପାଠପଢ଼ୁଛନ୍ତି । ଏମାନଙ୍କ ଭିତରେ ସାମାଜିକ ଦୂରତା ନାହିଁ, ମୁହଁରେ ମାସ୍କ ବି ନାହିଁ । ସରକାର କୋଚିଂ ସେଣ୍ଟର ଉପରେ କଟକଣା ଲଗାଇଥିବା ସତ୍ତ୍ୱେ କିଭଳି ଏହା ଚାଲିଛି, ତାକୁ ନେଇ ଉଠିଛି ପ୍ରଶ୍ନ । ପିଲା ସଂକ୍ରମିତ ହେଲେ ଦାୟୀ କିଏ ରହିବେ ? ଏନେଇ ସମ୍ପୃକ୍ତ ଶିକ୍ଷକଙ୍କୁ ପଚାରିବାରୁ ମୋତେ କ୍ଷମା କରିଦିଅ ବୋଲି ସେ କହିଛନ୍ତି ।

COACHING CENTER1

Leave a Reply