ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୪ମହିଳାଙ୍କ ସହ ୨ ପୁରୁଷ ଗିରଫ

ଭଦ୍ରକ: ଭଦ୍ରକ ସହରରେ ଚାଲିଛି ଦେହ ବେପାର, ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଛି ସେକ୍ସ ରାକେଟ । ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡା ଘରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗରେ ରେଡ୍ । ଏଥିରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ, ଦୁଇ ପୁରୁଷଙ୍କୁ ଗିରଫ କରିଛି ଟାଉନଥାନା ପୋଲିସ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛି ଟାଉନ ପୋଲିସ ।

ଗତକାଲି ରାତିରେ ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସନ୍ଦେହ ଜନକ ଅବସ୍ଥାରେ ପୋଲିସ  ୪ ମହିଳା ସମେତ ଦୁଇ ପୁରୁଷଙ୍କୁ ଥାନାକୁ ଉଠାଇ ଆଣିଥିଲା ।  ପୋଲିସର ଦୀର୍ଘ ସମୟ ତନାଘନା ପରେ ସେକ୍ସ ରାକେଟରେ ସମ୍ପୃକ୍ତ ମହିଳା ଓ ପୁରୁଷଙ୍କୁ ଥାନାକୁ ଆଣିଥିଲା । ଚଢାଉ ବେଳେ ଭଦ୍ରକ ଟାଉନ ପୋଲିସର ଜଣେ ପୂର୍ବତନ ହୋମ ଗାର୍ଡ ଥିବା ସୂଚନା ମିଳିଛି ।

ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ୧୫ ଦିନ ହେବ  ଘର ଭଡାରେ ନେଇ ଚାଲିଥିଲା ବେନିୟମ କାମ ।  ଏହି ଘରକୁ ବହୁ ମହିଳା ଓ ପୁରୁଷମାନେ ଆତଯାତ କରୁଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ  ମହିଳା ଓ ପୁରୁଷଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଟାଉନ ପୋଲିସକୁ ଖବର ଦେଇଥିଲେ ।

Leave a Reply